Breaking News

ସାକ୍ଷୀଗୋପାଳମନ୍ଦିରରୁ ଶ୍ରଦ୍ଧାଳୁଙ୍କ ମୋବାଇଲି ଚୋରି ; ଫେରସ୍ତ ପାଇବା ଆଶାରେ ବସିଛନ୍ତି ଶ୍ରଦ୍ଧାଳୁ

Theft of mobile phones by devotees from Sakshigopal Mandir; Devotees are waiting for their return.


ସାକ୍ଷୀଗୋପାଳ------ ସାକ୍ଷୀଗୋପିନାଥ ମନ୍ଦିର ଦର୍ଶନ କରିବାପାଇଁ ଆସାମରୁ ଅଙ୍କୁର ଘୋଷ ଓ ଅନ୍ୟ ଜଣେ ଶ୍ରଦ୍ଧାଳୁ ବୁଧବାର ଦିନ ଆସିଥିଲେ । ସେମାନେ ଠାକୁରଙ୍କୁ ଦର୍ଶନ କରିବା ସହିତ ମନ୍ଦିର ଗମ୍ଭୀରା  ନିକଟରେ ବସିକି ଜପ କରୁଥିଲେ । ମାଳି ଜପ କରିବା ସମୟରେ ମୋବାଇଲିଟିକୁ ତଳେ ଥୋଇ ଦେଇ ମାଳିଜପ କରୁଥିଲେ । ଠାକୁରଙ୍କ ନୀତିକାନ୍ତି କରାଯିବାରୁ   ସେଠାରୁ ସମସ୍ତଙ୍କୁ ବାହରକୁ ଯିବା ପାଇଁ କୁହାଯାଇଥିଲା । ଜପ କରୁଥିବା ଶ୍ରୀ ଘୋଷ ତରବର ହୋଇ ଉଠି ପଳାଇ ଆସିଥିଲେ । ସଙ୍ଗେ ସଙ୍ଗେ ମୋବାଇଲି କଥା ମନେ ପଡିଯିବାରୁ ସେଠାକୁ ଯିବା ସମୟରେ ତାଙ୍କ ମୋବାଇଲି କେହି ନେଇ ଯାଇଥିଲା । ମନ୍ଦିରରେ ଥିବା ସମସ୍ତ ସେବକ ଓ କର୍ମଚାରୀଙ୍କୁ ତାଙ୍କ ମୋବାଇଲି ସମ୍ପର୍କରେ ପଚାରିବା ସହ ଫେରାଇ ଦେବାକୁ ନିବଦେନ କରିଥିଲେ । ମାତ୍ର ମୋବାଇଲି ପାଇନଥିଲେ । ମନ୍ଦିର ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ସହ ମନ୍ଦିର ସିଂହଦ୍ୱାର ନିକଟରେ ମୋବାଇଲି ପାଇବା ଆଶାରେ ଠାକୁରଙ୍କ ନିକଟରେ ପ୍ରାର୍ଥନା କରୁଥିବା ଜଣାପଡିଛି । ମନ୍ଦିରରେ ସିସି କ୍ୟାମେରା ନ ଥିବାରୁ ଚୋରି ସହିତ ବିଭିନ୍ନ କାର୍ଯ୍ୟ କରାଯାଉଛି ବୋଲି ଶୁଣିବାକୁ ମିଳୁଛି । ତୁରନ୍ତ ସିସି କ୍ୟାମେରା ଲାଗିବା ପାଇଁ ଦାବି ହେଉଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ରସେନାପତି, ୧୬/୬/୨୦୨୨---୫,୨୦ 

  Sakhigopal News, 16/6/2022

Blog Archive

Popular Posts