Breaking News

ବାୟୁପ୍ରଦୂଷଣ ରୋକିବା ବର୍ତ୍ତମାନର ବଡ଼ ଆହ୍ୱାନ :ହୃଷୀକେଶ ପାଢ଼ୀ

The main challenge now is to prevent air pollution: Hrishikesh Padhi.

ଡେଲାଙ୍ଗ --- ବାୟୁପ୍ରଦୂଷଣ କୁ ରୋକିବା ବର୍ତ୍ତମାନ ର ବଡ଼ ଆହ୍ୱାନ । ଏଥିପ୍ରତି ବିଶ୍ୱସମୁଦାୟ ର ସମ୍ମିଳିତ ଉଦ୍ୟମ ଅପରିହାର୍ଯ୍ୟ ବୋଲି ସବୁଜ ଡେଲାଙ୍ଗ ଟ୍ରଷ୍ଟ ର ପ୍ରତିଷ୍ଠାତା, ପରିବେଶବିତ ତଥା ଆଇନଜୀବୀ ହୃଷୀକେଶ ପାଢ଼ୀ  ଜୁନ ପନ୍ଦର ବିଶ୍ୱ ପବନ ଦିବସ ରେ ମତବ୍ୟକ୍ତ କରିଛନ୍ତି । ସର୍ବେକ୍ଷଣରୁ ଜଣାଯାଇଛି ପ୍ରଦୂଷିତ ବାୟୁ ଯୋଗୁଁ ମଣିଷର ଆୟୁଷ ପାଞ୍ଚବର୍ଷରୁ ଦଶବର୍ଷ ପର୍ଯ୍ୟନ୍ତ କମ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧମାନଙ୍କ ପର୍ଯ୍ୟନ୍ତ ବିଭିନ୍ନ ସଂକ୍ରମଣ ରୋଗର ଶିକାର ହେଉଛନ୍ତି । ତେଣୁ ଆମ୍ଭକୁ ବାୟୁପ୍ରଦୂଷଣ କୁ ରୋକିବାକୁ ପଡିବ । ୱାଇଣ୍ଡ ଇଉରୋପ ଏବଂ ଗ୍ଲୋବାଲ ୱାଇଣ୍ଡୋ ଏନର୍ଜି କାଉନସିଲ ସଂଗଠନ 2011ରେ ସର୍ବପ୍ରଥମେ ଚାରୋଟି ମହାଦେଶ ରେ ତିରିଶଟି ଦେଶରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ବର୍ତମାନ ପବନଶକ୍ତିରୁ 38,789ଗିଗାୱାଟ ବିଜୁଳି ଉତ୍ପାଦନ କରି ଭାରତ ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି । ସ୍ୱଚ୍ଛ ବାୟୁ ପ୍ରତି ଧ୍ୟାନ ନ ଦେଲେ ପରିବେଶ ପ୍ରତି ଘୋର ଅନ୍ତରାୟ ସୃଷ୍ଟି ହେବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ଏଣୁ ସମସ୍ତେ ଗଛ ପୋତି ବାୟୁ ପ୍ରଦୂଷଣକୁ ରୋକିବାକୁ ଶ୍ରୀଯୁକ୍ତ ପାଢ଼ୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୬/୬/୨୦୨୨---୬,୨୦ Sakhigopal News,16/6/2022

Blog Archive

Popular Posts