Breaking News

ରଜ ଅବସରରେ ଅଂଶୁପା ଠାରେ ଏକ କୃଷକ ସମ୍ମିଳନୀ

A farmers' conference at Anshupa on the occasion of Raj.
ବାଙ୍କୀ----  ପହିଲି ରଜ ଅବସରରେ ବାଙ୍କୀ ବ୍ଲକ ଅଧିନସ୍ଥ ଅଂଶୁପା ଠାରେ ଏକ କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବମ୍ବେ ଲିନ୍ଦାଫାର୍ମ ମୁମ୍ବାଇର ମାର୍କେଟ ମ୍ୟାନେଜର ଶୁଭମ୍ କାଟୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବୈଶୟିକ ଓ କୃଷି ଓ କୃଷକ ମାନଙ୍କ ଉପରେ ଆଲୋକପାତ କରିଥିଲେ । ଚାଷୀମାନଙ୍କର ସମସ୍ୟା ଓ ତା’ର ସମାଧାନ ଦିଗରେ ଅଭିନବ ପ୍ରଣାଳୀରେ ଚାଷ କରାଗଲେ କୃଷକ ଲଭାବାନ ହୋଇ ପାରିବେ ବୋଲି ଆଲୋଚନା କରାଯାଇଥିଲା ।ଉକ୍ତକର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ୟୁ.ବି.ଏସ୍‌.ଏସ୍ ଭୁବନେଶ୍ୱର ପ୍ରୋଜେକ୍ଟ ମ୍ୟାନେଜର ଅଭୟ କୁମାର ସ୍ୱାଇଁ ଯୋଗଦେଇ ଚାଷୀମାନଙ୍କ ସହିତ ଚାଷ ସମ୍ପର୍କରେ ସିଧାସଳଖ ଆଲୋଚନା କରିଥିଲେ। ଚାଷୀସମ୍ମିଳନୀର ଅଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବି ଅଜୟ କୁମାର ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ । ସମାଜସେବୀ ସିଧେଶ୍ୱର ପାଇକରାୟ ଅତିଥିପରିଚୟ ପ୍ରଦାନ କରିଥିଲେ।ସାମାଜିକ କର୍ମୀ ଶୁଭେନ୍ଦୁ କୁମାର ମହାପାତ୍ର ଯୋଗଦେଇ ମଧୁର ଜଳ ଭଣ୍ଡାର ଅଂଶୁପା ଓ ଚାଷ ସମ୍ବନ୍ଧରେ ଉପସ୍ଥିତ ଅଧିକାରୀ ଓ ଚାଷୀମାନଙ୍କୁ ବୁଝାଇଥିଲେ। ବାରଙ୍ଗର ସମାଜସେବୀ ତଥା ବରିଷ୍ଠ ଚାଷୀ ଜିତୁ ପାଣି, ବାଙ୍କୀ ମହାପର୍ବତ ଜଙ୍ଗଲ ବିଭାଗର ମୁଖ୍ୟ କାର୍ଯ୍ୟନିର୍ବାହୀ କ୍ରୀଷ୍ଣା ପ୍ରିୟଦର୍ଶିନୀ, ବଡମ୍ବା ନରସିଂହପୁର ଅଞ୍ଚଳର ଦିଲ୍ଲୀପ ପଣ୍ଡା, ଆଠଗଡ଼ ଅଞ୍ଚଳର ଚାଷୀନେତା ଶଶିଧର ମିଶ୍ର ପ୍ରମୁଖ ସାମିଲ୍ ହୋଇଥିଲେ । ଡ୍ରୋନ୍ ସହାୟତାରେ ଖୁବ୍ କମ୍ ସମୟରେ ଅଳ୍ପ ବ୍ୟୟରେ କୃଷକର ଦ୍ରୁତ ବିକାଶ କିପରି ହୋଇପରିବ ଆଲୋଚନା କରାଯାଇଥିଲା । ବାଙ୍କୀ ମହାପର୍ବତ ଫାର୍ମସ୍ କମ୍ପାନୀ, ବାରଙ୍ଗ ଫାମର୍ସ କମ୍ପାନୀ, ବାଉତି ଫାର୍ମସ୍ କମ୍ପାନୀର ଚାଷୀମାନଙ୍କୁ ଏକାଠି କରି ‘ଆପ୍‌’ ମାଧ୍ୟମରେ ରୋଗପୋକ ନିୟନ୍ତ୍ରଣ ପାଇଁ ଚାଷୀମାନଙ୍କ ଉଦ୍ଦେଶ୍ୟରେ ଶୁଭମ୍ କାଡୁ ଏକ ‘ଆପ୍‌’ ଲୋକାର୍ପଣ କରିଥିଲେ । ଏହି ଆପ୍ ଜରିଆରେ ଚାଷୀର ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହୋଇ ପାରିବ ବୋଲି ଉପସ୍ଥିତ କୃଷକମାନେ ମତବ୍ୟକ୍ତ କରିଥିଲେ । ଚାଷରେ ଏକ ବୈପ୍ଳବୀକ ପରିବର୍ତ୍ତନ ଆଣିବା ପହଲି ରଜର ଫାର୍ମର୍ସ ମିଟ୍ ଉଦାହରଣ ସୃଷ୍ଟି କରିବ ବୋଲି ଭୁବନେଶ୍ୱର ପ୍ରୋଜେକ୍ଟ ମ୍ୟାନେଜର ଅଭୟ କୁମାର ସ୍ୱାଇଁ ଘୋଷଣା କରିଥିଲେ ।
କଟକ ଜିଲ୍ଲା ପ୍ରତିନିଧି
 ମୃତ୍ୟୁଞ୍ଜୟ ପ୍ରଧାନଙ୍କ  ରିପୋର୍ଟ,୧୬/୬/୨୦୨୨---୬,୨୫     Sakhigopal News,16/6/2022

Blog Archive

Popular Posts