Breaking News

ମାର ସ୍ଥାନ ସମାଜରେ ସବୁଠୁ ଉର୍ଦ୍ଧ୍ୱରେ

My place is at the top of society


ଡେଲାଙ୍ଗ ---- ସମାଜରେ ମାଆର ସ୍ଥାନ ସବୁଠୁ ଉର୍ଦ୍ଧ୍ୱରେ ରହିଛି ଏବଂ ରହିବ ବୋଲି ଡେଲାଙ୍ଗ ଷ୍ଟେସନ ସ୍ଥିତ ଶ୍ୟାମସୁନ୍ଦର ପାଠାଗାର ଓ ସଂଗ୍ରାହଳୟ ପରିସରରେ ଅନୁଷ୍ଠିତ ସଭାରେ ଯୋଗ ଦେଇଥିବା ଅତିଥି ମାନେ ମତ ପ୍ରକାଶ କରିଥିଲେ । ସମାଜସେବୀ କାଶୀନାଥ ମହାପାତ୍ରଙ୍କ ତତ୍ୱବଧାନରେ ଅନୁଷ୍ଠିତ ସଭାରେ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ ।  ଅତିଥି ଭାବେ ତହସିଲଦାର ସୁଶ୍ରୀ ନିବେଦିତା ପରିଡା, ଲେଖିକା ଶୈଳବାଳା ମହାପାତ୍ର, ମାନସ ରଞ୍ଜନ ମହାପାତ୍ର, ସନ୍ତୋଷ କୁମାର ମହାନ୍ତି, ରମେଶ ଦାସ ପ୍ରମୁଖ ଯୋଗ ଦେଇ ସମାଜରେ ମାର ଗୁରୁତ୍ୱପୂର୍ଣ୍ଣ ଭୁମିକା ଓ ମାକୁ  କେବେ ଅବହେଳିତ କରିବା ଉଚିତ ନୁହେଁ ବୋଲି ମତ ପ୍ରକାଶ କରିଥିଲେ । କାଶୀନାଥ ମହାପାତ୍ର ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିବା ବେଳେ ଶିକ୍ଷକ ଅଭୟ ଚରଣ ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ  ଭାଷଣ ରତ୍କଥଲେ । ବ୍ୟଙ୍ଗ କବି ଗଣେଶ ବାରିକଚନ୍ଦ୍ର ଶେଖର, କବୟତ୍ରୀ ଜ୍ୟୋସ୍ନାରାଣୀ ସ୍ୱାଇଁ, ଅନୁପୂର୍ଣ୍ଣା ହରିଚନ୍ଦନ, ୍‌ବର୍ଣ୍ଣପ୍ରଭା ନନ୍ଦ, ପାର୍ବତୀ ମହାପାତ୍ର ପରିବେଶ କର୍ମୀ ତଥା ଆଇନଜୀବୀ ହୃଷିକେଶ ପାଢ଼ୀ  ପ୍ରମୁଖ କବିତା ପାଠ କରିଥିଲେ । ବିଦୁରପୁର ଅଙ୍ଗନୱାଡି କର୍ମୀ ନୀଳମଣି ଦେଇ ଡଁପୁର ଗ୍ରାମର ଆଶାକର୍ମୀ ପତାମ୍ବରୀ ପ୍ରଧାନଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା ଌିତେନ୍ଦ୍ର ପ୍ରଧାନ, ଫକିର ଦାସ, ରମେଶ ପ୍ରଧାନ, ରାଜ କିଶୋର ପରିଡା, ଶାନ୍ତିଲତା ପାଢ଼ୀ, ପିୟତମା ସାହୁ ପ୍ରଣୟ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୦/୫/୨୦୨୨---୪,୪୦ Sakhigopal News,10/5/2022

Blog Archive

Popular Posts