Breaking News

ରନ୍ଧନ ଗ୍ୟାସ୍‌ର ମୁଲ୍ୟ ବୃଦ୍ଧି ବିରୋଧରେ ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

Protest in front of Balangir district commissioner's office against rising gas prices.


ବଲାଙ୍ଗିର: ଏସ୍‌ୟୁସିଆ(ସି) ପାର୍ଟି ବଲାଙ୍ଗିର ଜିଲ୍ଲା ଶାଖା ପକ୍ଷରୁ ରନ୍ଧନ ଗ୍ୟାସ୍‌ର ମୁଲ୍ୟ ବୃଦ୍ଧି ବିରୋଧରେ ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କରୋନା ମହାମାରି ପ୍ରଭାବରୁ ସାଧାରଣ ମଣିଷର ଆର୍ଥିକ ମେରୁଦଣ୍ଡ ଭୁଶୁଡି ପଡିଛି। ଲକ୍ଷ ଲକ୍ଷ ଲୋକ ନିଜର ଜିବିକା ଫେରି ପାଇ ନାହାନ୍ତି। କୋଟି କୋଟି ଯୁବକ ଯୁବତୀ ବେରୋଜଗାର ହୋଇ ବସି ରହିଛନ୍ତି। ପେଟ୍ରୋଲ, ଡିଜେଲ ତଥା ଅତ୍ୟାବଶ୍ୟକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଗୁଡିକର ଦରଦାମ ଆକାଶଛୁଆଁ ହୋଇଥିବା ବେଳେ ରନ୍ଧନ ଗ୍ୟାସ୍ ଭଳି ଇନ୍ଧନର ଦାମ ବଢାଇବା ଅତ୍ୟନ୍ତ ବେଦନାଦାୟକ ହୋଇପଡିଛି। ଏହା ପାଣି ଭଳି ସ୍ପଷ୍ଟ ଯେ, ସରକାର ଉଜ୍ଜ୍ବଳା ଯୋଜନା ନାଁରେ ସାଧାରଣ ଗରିବ ଲୋକଙ୍କୁ ଗ୍ୟାସରେ ରାନ୍ଧିବାର ସୁବିଧା ଦେଇ କେବଳ ଧୁଆଁବାଣ ମାରୁଛନ୍ତି।
ଗୋଟିଏ ପରିବାର ପ୍ରଥମ ଥର ରନ୍ଧନ ଗ୍ୟାସ ପାଇଲା ପରେ ପୁଣି ରନ୍ଧନ ଗ୍ୟାସ ଭରି ପାରୁନାହାନ୍ତି। କାରଣ ରନ୍ଧନ ଗ୍ୟାସ ଏତେ ମାତ୍ରାରେ ବଢିଛି ଯେ ସାଧାରଣ ଲୋକ ଏଥିରୁ ବଞ୍ଚିତ ହେଉଛନ୍ତି। ତେଣୁ ଏସ୍‌ୟୁସିଆ ପାର୍ଟି ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଦୃଢ ନିନ୍ଦା କରିବା ସହ ଅତିଶିଘ୍ର ରନ୍ଧନ ଗ୍ୟାସର ମୁଲ୍ୟ ହ୍ରାସ କରାଯାଉ ବୋଲି ଦାବି କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ରାଜେନ୍ଦ୍ର ରଣା, ମଧୁସୁଦନ ବାଗ, ତ୍ରିଲୋଚନ ସାହୁ, ସିଦ୍ଧାନ୍ତ ମହାକୁର, ପ୍ରମୋଦ ତାଣ୍ଡି ସହିତ ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୧୦/୫/୨୦୨୨ ---୬,୪୦   Sakhigopal News,10/5/2022

Blog Archive

Popular Posts