ଶୁକଳ ମେଳଣ ପଡିଆରେ ନବଦିନ ବ୍ୟାପି ଶ୍ରୀରାମ ଚରିତ ମାନସ ପରାୟଣ
Shriram Charita Manas Parayan is on New Year's Eve at Shukal Mela Padia
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଶୁକଳ ମେଳଣ ପଡିଆ ନିକଟରେ ଥିବା ବାବା ସିଙ୍ଗେଶ୍ୱର ଦେବଙ୍କ ପୀଠ ପରିସରରେ ନବଦିନ ବ୍ୟାପି ଶ୍ରୀରାମ ଚରିତ ମାନସ ପରାୟଣ ଅନୁଷ୍ଠିତ ହେଉଛି । ଏହି ଅବସରରେ ଅଧିବାସ, କଳସ ପୂଜା, ଶ୍ରୀପ୍ରଭୁଙ୍କ ବିଗ୍ରହ ସ୍ଥାପନ, ମାଲ୍ୟାର୍ପଣ, ମଙ୍ଗଳ ଆଳତୀ, ପୂଜାର୍ଚ୍ଚନା , ହୋମ କରାଯାଇଥିଲା । ୨୨ ବର୍ଷ ଧରି ଶୁକଳ ଓ ଆଖପାଖ ଗ୍ରାମବାସୀ ଓ ଶ୍ରୀରାମଙ୍କ ଶ୍ରଦ୍ଧାଳୁ ମାନଙ୍କ ସହଯୋଗରେ ନବଦିନ ବ୍ୟାପି ରାମଚରିତ ମାନସ ପରାୟଣ ହେଉଛି । ଏ ବର୍ଷ କର୍ତ୍ତା ଭାବେ ସୁଧୀର ଦଣ୍ଡ ନାୟକ ରହିଛନ୍ତି । ପ୍ରତିଦିନ ବ୍ୟାସ ପଣ୍ଡିତ ମାନସ ରଞ୍ଜନ ମିଶ୍ର ପାରାୟଣର ସଂକ୍ଷିପ୍ତ ସୂଚନା ଦେଇଛନ୍ତି । ପ୍ରତିଦିନ ସକାଳୁ ସୂର୍ଯ୍ୟପୂଜା , ଗୋ ପୂଜା, ଆଳତୀ, ଭୋଗ କରାଯିବା ପରେ ତୁଳସୀଦାସ ଶ୍ରୀରାମଚରିତ ମାନସ ପରାୟଣ ପାଠ କରାଯାଉଛି । ସଂଧ୍ୟା ୬ଘଟିକାରେ ଭଜନ ଓ ନାମ ସଂକୀର୍ତ୍ତନ । ରାତ୍ରରେ ବିଭିନ୍ନ ଦିନରେ ପ୍ରବକ୍ତା ମାନଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଜାରି ରହିଛି । ପ୍ରବଚନ ଶୁଣିବା ପାଇଁ ଶ୍ରଦ୍ଧାଳୁ ମାନଙ୍କର ଗହଳି ପରିଲକ୍ଷିତ ହୋଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୫/୨୦୨୨---୪,୪୦