ପାଷ୍ଟରଙ୍କ ମୁର୍ତ୍ୟୁରେ ଜଟଣୀରେ ଶୋକର ଛାୟା
The shadow of mourning over the pastor's death
ଜଟଣୀ ---ଜଟଣୀର ଖ୍ରୀଷ୍ଟଧର୍ମୀୟ ଏଭାନଜେଲିକାଲ ୟୁନିଅନ ଵାପିଷ୍ଟ ଚର୍ଚ୍ଚର ପାଷ୍ଟର ଏବଂ ସହରର ବରିଷ୍ଠ ସମାଜସେବୀଙ୍କ ଦେହାନ୍ତ ହୋଇଯାଇଛି । ଏଥିରେ ସହରର ସମସ୍ତ ଖ୍ରୀଷ୍ଟିୟଧାର୍ମିକ ମନରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ପରଉପକାରୀ ବ୍ୟକ୍ତିଥିଲେ ।ପ୍ରତ୍ୟକ କ୍ଷେତ୍ରରେ ସେ ଦିନହୀନ ଗରିବଙ୍କ ପାଖରେ ପହଞ୍ଚି ସମସ୍ତଙ୍କର ସହାୟତାର ପାତ୍ର ହୋଇ ବହୁ ବିପଦରୁ ଉଦ୍ଧାର କରିଛନ୍ତି । ସେ ସୁଦୂର ବିଶାଖାପାଟଣା, ଦିଲ୍ଲୀ, ଗୋଆ, ହାଇଦ୍ରାବାଦ ପ୍ରଭୁତି ସ୍ଥାନକୁ ପରିଭ୍ରମଣ କରି ଯୀଶୁଙ୍କ ଧର୍ମବାଣୀ ପ୍ରଚାର କରିଥାନ୍ତି । ଲୋକଙ୍କ ମଧ୍ୟରେ ପ୍ରଭୁଙ୍କ ପ୍ରତି ସଦଭାବନା ଜାଗ୍ରତ କରିଛନ୍ତି । ସ୍ବର୍ଗତ ରାଜୁଙ୍କ ଦେହାନ୍ତ ଖବର ପାଇ ବିଭିନ୍ନ ସ୍ଥାନରୁ ତାଙ୍କର ଶ୍ରଦ୍ଧାଳୁ ଓ ଆତ୍ମୀୟମାନେ ପହଞ୍ଚି ଜଟଣୀ ବ୍ୟୁରିଆଲ ଗ୍ରାଉଣ୍ଡରେ ତାଙ୍କୁ ବିରାଟ ଶୋଭାଯାତ୍ରା ମାଧ୍ୟମରେ କବର ଦିଆଯାଇଥିଲା । 1957 ରେ ଜନ୍ମିତ 65 ବର୍ଷୀୟ ଭି. ଏନ. ରାଜୁ ଗରିବ ଅସହାୟଙ୍କର ସହଯୋଗୀ ବନ୍ଧୁଥିଲେ ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩/୫/୨୦୨୨-----୮,୩୦ Sakhigopal News,3/5/2022