Breaking News

ବିଦ୍ୟୁତ ତାର ଉପରେ ବରଡାପଡି ଜଳିଗଲା ଜଙ୍ଗଲ



ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ସୁଆଁଲୋ ଗ୍ରାମ ମୁଣ୍ଡରେ ଯାଇଥିବା ୩୩କେ, ଭି ବିଦ୍ୟୁତ ତାର ଉପରେ ଏକ ନଡିଆ ବରଡା ପଡି ଯିବାରୁ ବିଦ୍ୟୁତ ସର୍ଟ ସର୍କିଟି ଘଟିଥିଲା ।  ତାର ତଳେ ଥିବା ଜଙ୍ଗଲରେ ନିଆାଁ ଲାଗିଯାଇଥିବା ଜଣାପଡିଛି । ଯାହା ଫଳରେକି ଉକ୍ତ କେନାଲ ପାଖରେ ଥିବା ସରକାରୀ ଓ ବେସରକାରୀ ଜଙ୍ଗଲରେ ନିଆଁ ଲାଗି ଯାଇଥିଲା । ଖବର ପାଇ ସତ୍ୟବାଦୀ ଅଗ୍ନିଶମ ବିଭାଗର ଆଗ୍ନିକମନୋଜ ପାତ୍ର ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ସେହିପରି ରାୟଖଣ୍ଡି ଗ୍ରାମ ପଞ୍ଚାୟତର ମହେଶ୍ୱର ଛକ ନିକଟରେ ଥିବା ଜଙ୍ଗଲରେ କୌଣସି ଦୁବୁର୍ତ୍ତ ନିଆଁ ଲଗାଇ ଦେବାରୁ ବାଉଁଶ, ପଣସ, ଚାଖୁଣ୍ଡା, ବିଭିନ୍ନ ଗଛ ପୋଡିଯାଉଛି । ନିଆଁ ଲଗାଉଥିବା ଦୁବୁର୍ତ୍ତି ମାନଙ୍କ ବିରୁଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ସମାଜସେବୀ ପ୍ରଫୁଲ କୁମାର ମିଶ୍ର ଦାବି କରିଛନ୍ତି । ନିମାପଡାରୁ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଆସି ନିଆଁକୁ ଆୟତ କରିଥିଲେ । ପ୍ରତିବର୍ଷ ଏହି ଖରାଦିନରେ ଗଛରପତ୍ର ଶୁଖିକି ଜଙ୍ଗରେ ପଡିବା ପରେ ଦୁବୁର୍ତ୍ତି ମାନେ ନିଆଁ ଲଗାଇ ଦେଉଥିବା ଗ୍ରାମାବସୀ ମାନେ କହନ୍ତି । ଅନ୍ୟ ପକ୍ଷେ ସତ୍ୟବାଦୀ ଜଙ୍ଗଲ ବିଭାଗ ଜଙ୍ଗଲରେ ନିଆଁ ଲାଗିଥିବା ଜଣାଇବା ପରେ ସେ କହନ୍ତି ଆମେ କ’ଣ କରିବୁ ତମେ ଅଗ୍ନିଶମ ବିଭାଗକୁ ଜଣାଅ । ଆମର କିଛି କରିବାର ନାହିଁ ବୋଲି ସଫେଇ ଦିଅନ୍ତି ।   ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୫/୨୦୨୨--୬,୧୫

Blog Archive

Popular Posts