ବିବାହ ର ପ୍ରଲୋଭନ ଦେଖାଇ ଯୁବତୀ ଙ୍କୁ ଦୁଷ୍କର୍ମ , ଯୁବକ ଗିରଫ
The young woman was raped and arrested by a young man for trying to seduce a minor
ଭଞ୍ଜନଗର --ପ୍ରଥମେ ମୋବାଇଲରେ ମିସ୍ କଲ୍ । ତା'ପରେ ପ୍ରେମ । ଶେଷରେ ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କ ଇଛା ବିରୋଧରେ ଦୁଷ୍କର୍ମ କରିଥିଲେ ଯୁବକ । ଏବଂ ପ୍ରତାରଣା କରିବାରୁ ସଂପୃକ୍ତ ଯୁବତୀ ଙ୍କ ଅଭିଯୋଗ ପ୍ରକାରେ ଗିରଫ ହୋଇଛନ୍ତି ଯୁବକ । ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଅଭିଯୁକ୍ତ ଜଣକ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ମେଣ୍ଟପୁର ଗ୍ରାମର ମିଥୁନୁ ନାଇକ । ଭଂଜନଗର ଥାନା ପୋଲିସ ଦେଇଥିବା ସୂଚନା ପ୍ରକାରେ ଭଂଜନଗର ଥାନା ଅଞ୍ଚଳର ସଂପୃକ୍ତ ଯୁବତୀ ଙ୍କ ସହ, ମୋବାଇଲ ରୁ ପ୍ରେମ ସଂପର୍କ ଆରମ୍ଭ କରିଥିଲା ମିଥୁନ । ଯୁବତୀଙ୍କ ଦୁର୍ବଳତା ର ସୁଯୋଗ ଏବଂ ବିବାହ ର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖି ଆସିଥିଲା । ଏବଂ ଶେଷଥର ପାଇଁ ଗତ ୩୦ ତାରିଖରେ ଫୋନ୍ କରି ଭଂଜନଗର ଥାନା ଅନ୍ତର୍ଗତ ଶାଳୁଆପଲ୍ଲୀ ଗାଁ ନିକଟ ଏକ ଆମ୍ବ ତୋଟା କୁ ଡ଼ାକିନେଇ ସଂପୃକ୍ତ ଯୁବତୀ କୁ ପୁଣି ଦୁଷ୍କର୍ମ କରିଥିଲା ମିଥୁନ । ଏନେଇ ଯୁବତୀ ଜଣକ ଭଂଜନଗର ଥାନା ରେ ଲିଖିତ ଅଭିଯୋଗ କରିବା ପରେ ଭଞ୍ଜନଗର ଥାନା ପୋଲିସ ୨୦୭/୨୨ ରେ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ଅଭିଯୁକ୍ତ କୁହାଯାଉଥିବା ମିଥୁନୁ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନାଧିକାରୀ ଧିରେଶ କୁମାର ଦାସ ସୂଚନା ଦେଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩/୫/୨୦୨୨---୯,୧୫ Sakhigopal News,3/5/2022