Breaking News

ନୂତନ ପାଠ ଚକ୍ର ଉଦଘାଟିତ

 New lesson cycle unveiled
ଭଞ୍ଜନଗର ---ସ୍ଥାନୀୟ ବେଲଲୁଗୁଣ୍ଠା ରୋଡ ସ୍ଥିତ ଶ୍ରୀ ପଦ୍ମ ଲୋଚନ ପଣ୍ଡାଙ୍କ ବାସଭବନରେ ଏକ ନୂତନ ପାଠଚକ୍ର ଉଦଘାଟିତ ହୋଇ ଯାଇଛି । ଏହି ଅବସରରେ ଭଞ୍ଜନଗର ଅଞ୍ଚଳ ସଂଗଠକ ରଘୁନାଥ ପଣ୍ଡା ଅତିଥି ଭାବେ ଯୋଗଦେଇ  ଶ୍ରୀଅରବିନ୍ଦଙ୍କ ଜୟନ୍ତୀ ସାରାବିଶ୍ୱରେ କିପରି ପାଳିତ ହେଉଛି ସେ ସମ୍ବନ୍ଧରେ ଶ୍ରୀ ପଣ୍ଡା ଉପସ୍ଥିତ ମାତୃପ୍ରେମୀ ମାନଙ୍କୁ କହିଥିଲେ । ଆଗାମୀ ଦିନରେ ଭଞ୍ଜନଗର ଉପଖଣ୍ଡର ଆଠଗୋଟି ବ୍ଲକରେ ଅଧିକରୁ ଅଧିକ ଭାବରେ ଶ୍ରୀଅରବିନ୍ଦଙ୍କ ଯୋଗ ଓ ଶିକ୍ଷା ଦର୍ଶନ ଆଲୋଚନା ଅବ୍ୟାହତ ରହିବ ବୋଲି ଉପସ୍ଥିତ ମାତୃପ୍ରେମୀ ମନେ ମତ ପ୍ରକାଶ କରିଥିଲେ । ଭଞ୍ଜନଗର ବ୍ଲକ ସଂଗଠକ ରତ୍ନମଞ୍ଜରୀ ପାଢୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୫/୨୦୨୨---୭,୪୦ Sakhigopal News,12(5/2022

Blog Archive

Popular Posts