ସତ୍ୟବାଦୀ ଥାନାରେ ଆଇନ ସହାୟତା ପାଇଁ ଜାରି ହେଲା ଫୋନ ନମ୍ବର
The phone number was issued for legal assistance at the Satyavadi police station.
ସାକ୍ଷୀଗୋପାଳ ---- ସତ୍ୟବାଦୀ ଥାନାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପୁରୀଙ୍କ ପକ୍ଷରୁ ଆଇନ ସହାୟତା ପାଇଁ ଏକ ଫୋନ ନମ୍ବର ଜାରି କରାଯାଇଛି । ବିଶେଷ କରି କିଛି ଲୋକଙ୍କୁ ଆଇନ ସହାୟତା ଯୋଗାଇ ଦେବା ପାଇଁ ଏକ ନମ୍ବର ଥାନାରେ ମରାଯାଇଛି । ସେହି ନମ୍ବରରେ ଫୋନ କଲେ ମାଗଣାରେ ଆଇନ ସେବା ସମ୍ପର୍କରେ ଜଣାଇ ଦିଆଯିବ । ଏହି ନମ୍ବର ପ୍ରତି ମାସରେ ବଦଳିବ । ପ୍ରତି ମାସରେ ଜଣେ ଜଣେ ଆଇନଜୀବୀଙ୍କୁ ଏଥିରେ ସାମିଲ କରାଯିବ । ସତ୍ୟବାଦୀ ଥାନାରେ ତପନ କୁମାର କର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପୁରୀଙ୍କ ପକ୍ଷରୁ ସତ୍ୟବାଦୀ ଥାନାରେ ନିଯୁକ୍ତି ରହିଛନ୍ତି । ତାଙ୍କ ମୋବାଇଲି ନମ୍ବର ଥାନାରେ ରଖାଯାଇଛି । ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ସହଯୋଗରେ ଏହି ଆଇନ ସହାୟତା ଯୋଗାଇ ଦିଆଯିବ ବୋଲି ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୫/୨୦୨୨---୪.୨୫
Sakhigopal News, 12/5/2022