ବେପରୁଆଗାଡି ଚାଳନା ଯୋଗୁ ଦୃଘଟଣା ଘଟୁଛି
Accidents are caused by reckless driving
ଖଣ୍ଡପଡା - ଆଜି ସକାଳୁ ଏକ ବ୍ୟକ୍ତିଗତ କାର୍ଯ୍ୟ ରେ ମାରୁତି କାରରେରାଜ୍ୟ ବିଜୁ ଜନତା ଦଳ ର ସାଧାରଣ ସମ୍ପାଦକ ମହମ୍ମଦ ସକିଲ, ପୂର୍ବତନ ସରପଞ୍ଚ ବିଜୟ କୁମାର ତ୍ରିପାଠୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦୁର୍ୟୋଧନ ସ୍ୱାଇଁ, ଓମଫେଡ ର ପୂର୍ବତନ ମାର୍କେଟିଙ୍ଗ ମ୍ୟାନେଜର ପ୍ରମୋଦ କୁମାର ବେହେରା ଖଣ୍ଡପଡା ରୁ କୋଷକା ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣା ର ସମ୍ମୁଖୀନ ହୋଇଛନ୍ତି । ଅପର ପକ୍ଷରୁ ଏକ ବାଜାଜ ପଲସର OD25L - 7875 ରେ ଏକ ଯୁବକ ବେପରୁଆ ଭାବେ ଦ୍ରୁତଗତି ରେ ଆସି ମାରୁତି ଗାଡି ରେ ସମ୍ମୁଖରୁ ଧକା ଦେଇଥିଲା । ଆଂଶିକ ଆଘାତ ପ୍ରାପ୍ତ ହୋଇ ଅଳ୍ପକେ ନିଶ୍ଚିତ ଏକ ବଡ଼ ଦୁର୍ଘଟଣା ରୁ ବର୍ତ୍ତୀ ଯାଇଛନ୍ତି। ପୋଲିସ ଏଯାବତ କୌଣସି କାଯ୍ୟନୁଷ୍ଠାନ ଗ୍ରହଣ କରି ନ ଥିବାରୁ ସ୍ଥାନୀୟ ଅଞ୍ଚଳ ରେ ଚାପା ଉତ୍ତେଜନା ଦେଖାଦେଇଛି। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୨/୫/୨୦୨୨