Breaking News

କାମ କରିବାର ସାତ ବର୍ଷ ପରେ ବି ମିଳୁନି ଅର୍ଥ

Even after seven years of working, no money was found.


 ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ରାଇଖଣ୍ଡି ଗ୍ରାମର ଜଗନ୍ନାଥ ମଲ୍ଲିକ ଓ ସତ୍ୟପିୟ ମଲ୍ଲିକ ସାତ ବର୍ଷ ତଳେ କାମ କରିଥିଲେ ମଧ୍ୟ ସରକାରୀ ଅନୁଦାନ ପାଇବାରୁ ବଞ୍ଚିତ । ସୁଚନାଯୋଗ୍ୟ ଯେ ଜିଲ୍ଲା ଜଳ ଓ ପରିମଳ ମିଶନ ପକ୍ଷରୁ ସର୍ଭେ କରାଯାଇ ସ୍ୱଚ୍ଛ ଭାରତ ମିଶନ ( ଗ୍ରାମୀଣ) ଜରିଆରେ ଘରୋଇ ପାଇଖାନାନିର୍ମାଣ ନିମନ୍ତେ ଅନୁମତି ୧୦/୧୨/୨୦୧୫ରେ କନିଷ୍ଠ ଯନ୍ତ୍ରୀଙ୍କ ସ୍ୱାକ୍ଷରରେ କାର‌୍ୟ୍ୟ କରିବା ପାଇଁ ଅନୁମତି ଦିଆଗଲା । ହିତାଧିକାରୀ ନିୟମ ଅନୁଯାୟୀ ନିଜେ ବ୍ୟବହାର କରିବା ପାଇଁ ଭଲ କରି ପାଇଖାନା ତିଆରି କଲେ । ମାତ୍ର ତିଆରି ସରିବା ପରେ ହାତ ଗୁଞ୍ଜା ନ ଦେବାରୁ ତାଙ୍କୁ ଆଉ ଅର୍ଥ ପ୍ରଦାନ ନ କରାଯାଇ କାମ କରିନଥିବା ଅନେକ ହିତାଧିକାରୀଙ୍କୁ ୧୨ ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହି ୧୨ ହଜାର ଟଙ୍କା ପାଇବା ପାଇଁ ଅନେକ ଥର ହିତାଧିକାରୀ ବ୍ଳକ ଆସିଛନ୍ତି । ମାତ୍ର ୧୨ ହଜାର ଟଙ୍କା ପାଇଁ ସେ ୨୪ ହଜାର ଟଙ୍କା ଗାଡି ଭଡା ଦେଇ ସାରିଲେନି ମାତ୍ର ସେ ସରକାରୀ ଅର୍ଥ ପାଇବା ପାଇଁ ଆଶା ରଖିଛନ୍ତି । ଏପରିକି ସେ କହନ୍ତି ମୁଁ ବଞ୍ଚିଥିବା ଯାଏଁ ମୋ ପ୍ରାପ୍ୟଅର୍ଥ ପାଇବା ପାଇଁ ଚେଷ୍ଟା ଜାରି ରଖିବି ବୋଲି ଜଗନ୍ନାଥ ମଲ୍ଲିକ କହନ୍ତି । ମତେ ବିଭାଗିୟ ଜେଇ କାମ କରିବା ପାଇଁ ଅନୁମତି ପତ୍ର ଦେଇଛନ୍ତି । ମୁଁ କାମ କରିଛି । ଏଣୁ ମୁଁ ଅର୍ଥ ପାଇବା ପାଇଁ ହକଦାର । ଅନ୍ୟ ପକ୍ଷେ ବିଭାଗୀୟ ଜେଇଙ୍କୁ ପଚାରିବାରୁ ସେ କହନ୍ତି ମୋ ସମୟରେ ଏ ଘଟଣା ନୁହେଁ । ଏବେ ଆମେ ସେ ଯୋଜନା ଆମ ପାଖରେ ନାହିଁ । ବ୍ଳକକୁ ପଳାଇଛି , ବ୍ଳକରେ ପଚାରିଲେ ଯାହା କିଛି ଜଣାପଡିବ । ସେହିପରି ବ୍ଳକରେ ଜଣାପଡିଛି ଏହି ଯୋଜନା ପାଇଁ ଯେତିକି ଟଙ୍କା ଆସିଥିଲା ସେମାନେ ସେତିକି ଟଙ୍କା ଖର୍ଚ୍ଚ କରିଦେଇଛନ୍ତି । ମାତ୍ର ଆମ ପାଖରେ ଟଙ୍କାଟିଏ ନାହିଁ ।ହିତାଧିକାରୀଙ୍କୁ ଅର୍ଥ କେଉଁଠାରୁ ଦିଆଯିବ ବୋଲି କହନ୍ତି । ସାତବର୍ଷ ହୋଇଗଲା କାମ କରି ମଧ୍ୟ ହିତାଧିକାରୀ ଅର୍ଥ ପାଇବାରୁ ବଞ୍ଚିତ । ଦେଖାଯାଉ ଗରିବ ଅସହାୟ ଲୋକମାନେ ଏହି ଅର୍ଥ କେବେ ପାଇବେ ତାହା ଦେଖିବା ପାଇଁ ରହିଲା । 

Blog Archive

Popular Posts