Breaking News

ଐତିହ୍ୟ ସୁଆଣ୍ଡୋ ଗ୍ରାମରେ ଭାଗବତ ପାରାୟଣ ଅନୁଷ୍ଠିତ

 Bhagwat Parayan is held in the historic village of Suando.


ସାକ୍ଷୀଗୋପାଳ --- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ  ଐିତିହ୍ୟ ସୁଆଣ୍ଡୋ ଗ୍ରାମରେ ତଥା ପଣ୍ଡତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ କୁଳ ଦେବତା ଶ୍ରୀ ବିନୋଦ ବିହାରୀ ଦେବଙ୍କ ପୀଠରେ ଭାଗବତ ପାରାୟଣ ଅନୁଷ୍ଠିତ ହେଉଛି । ଏହି ପାରାୟଣ ପ୍ରାୟ ୯୫ ବର୍ଷ ପରେ ହେଉଥିବାରୁ ସେଠାରେ ଶ୍ରଦ୍ଧାଳୁ ମାନଙ୍କ ଭିଡ ପରିଲକ୍ଷିତ ହୋଇଛି ।  ରାଜ୍ୟ ସରକାର ଉକ୍ତ ଗ୍ରାମକୁ ଐତିହ୍ୟ ଗ୍ରାମ ଭାବେ ଘୋଷଣା କରିବା ପରେ ପଣ୍ଡିତ ଗୋପବନ୍ଧୁଙ୍କ କୁଳଦେବତାଙ୍କୁ ଷଠି ଘର ନିକଟରୁ ନେଇ ଏକ ସୁନ୍ଦର ମନ୍ଦିର ପ୍ରତିଷ୍ଠା କରାଇଛନ୍ତି । ସେଠାରେ ଠାକୁରଙ୍କ ଭଜନ ମଣ୍ଡପରେ ଅଧିବାସ, ଅଙ୍ଗରାରୋପଣ, ଘଟସ୍ଥାପନ କରାଯିବା ପରେ ଉତ୍କଳମଣି ଭାଗବତ ପ୍ରଚାର ସମିତି ସଂଯୋଜକ ଶିକ୍ଷାବିତ ରାଧାକାନ୍ତ ସଂକଳ୍ପ କରିବା ପରେ ପାରାୟଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଭୁବନେଶ୍ୱର ଶିଶୁପାଳଗଡ ଗୋପିନାଥ ମନ୍ଦିରର ଫାଲଗୁନି ଶାଖା ଦାସ ମହାରାଜ ବ୍ୟସ ଭାବେ ରହିଛନ୍ତି । ରାଧାଶ୍ୟାମ ସୁନ୍ଦରସେବା ଆଶ୍ରମର ବାବାଜି ପୁରାଣାଚାର୍ଯ୍ୟ ଭାବେ କାର୍ଯ୍ୟତୁଳାଉଛନ୍ତି । ପ୍ରତିଦିନ ସଂଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ ରେ କିଶୋର ଚନ୍ଦ୍ର ଭଞ୍ଜ, ଡ. ପ୍ରଭାକର ତ୍ରିପାଠୀ ଶିକ୍ଷାବିତ କୈଳାସ ଚନ୍ଦ୍ର ମିଶ୍ର, ସମାଜସେବୀ ରବୀନ୍ଦ୍ର କୁମାର ମହାନ୍ତି, ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ ପ୍ରମୁଖ ଭାଗବତ ପାରାୟଣରେ ଅଂଶଗ୍ରହଣ କରିଥିଲେ । ବୈଶାଖ ବୁଦ୍ଧ ପୂର୍ଣ୍ଣମୀ ଦିନ ଭାଗବତ ପାରାୟଣର ପୂର୍ଣ୍ଣାହୁତି ହେବ ବୋଲି ଅନୁଷ୍ଠାନର ସଦସ୍ୟ କମଳ କୁମାର ଦାସଙ୍କ ଠାରୁ ସୁଚନା ମିଳିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୫/୨୦୨୨----୩,୨୦    Sakhigopal News, 13/5/2022   

Blog Archive

Popular Posts