Breaking News

ଖଣ୍ଡପଡ଼ା ବ୍ଲକ ଶିକ୍ଷା ଅଧିକାରୀ ଙ୍କ ଅଫିସ ସଂମୁଖରେ ପଥୁରିଆ ଗ୍ରାମବାସୀଙ୍କ ଧାରଣା, ପ୍ରତିଶୃତି ପରେ ଧାରଣାରୁ ଉଠିଲେ ଗ୍ରାମ ବାସି

 In front of the office of the Khandapada Block Education Officer, the villagers of Pathuria got up from the idea after the promise..
ଖଣ୍ଡପଡ଼ା------   ଖଣ୍ଡପଡ଼ା ବ୍ଲକ ବନମାଳୀ ପୁର
ପଞ୍ଚାୟତ ଅଧୀନ ପଥୁରିଆ ରାମଚଣ୍ଡୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ ପ୍ରତିବାଦରେ ବିଇଓ ଅଫିସରେ ସମ୍ମୁଖରେ  ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଗ୍ରାମବାସୀ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଗ୍ରାମରେ ଥିବା ରାମଚଣ୍ଡୀ ପ୍ରାଥମିକ ବିଦ୍ୟାଳୟରେ ୪୧ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଗତ ଦୁଇବର୍ଷ ତଳେ ରାଜ୍ୟ ସରକାର କମ ପିଲା ପଢୁଥିବା ତଥା ବିଦ୍ୟାଳୟ ମିଶ୍ରଣ ନେଇ ନୂତନ ନିୟମ ଆଣିବା ପରେ ଉକ୍ତ ସ୍କୁଲଟି ବନ୍ଦ ହୋଇଯାଇଥିଲା। ପୂର୍ବରୁ ଅନେକବାର ବିଭାଗୀୟ ଅଧିକାରୀ ତଥା ଜିଲ୍ଲା ପ୍ରଶାସନକୁ ସମସ୍ୟା ବାବଦରେ ଚିଠି ଲେଖାଯାଇଥିଲେ ମଧ୍ୟ ସୁଫଳ ମିଳିନଥିଲା। ଫଳରେ ଗ୍ରାମବାସୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଏବଂ ପୂର୍ବଭଳି ସ୍କୁଲ ଚାଲିବା ନେଇ ନିର୍ଦ୍ଦେଶ ଦେଇଥିଲେ। ତେବେ ଗଣଶିକ୍ଷା ବିଭାଗ ତଥା ଜିଲ୍ଲା ପ୍ରଶାସନ ଏ ନେଇ କୌଣସି ପଦକ୍ଷେପ ନ ନେବାରୁ ଗତ ୧୪ ମାର୍ଚରେ  ଛାତ୍ରଛାତ୍ରୀଙ୍କ ସମେତ ଗ୍ରାମବାସୀ ରାସ୍ତାରୋକ କରିଥିଲେ। ଖୁବଶୀଘ୍ର ପଦକ୍ଷେପ ନେବାକୁ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ କୌଣସି ସମସ୍ୟାର ସମାଧାନ ହେଲା ନହିଁ । ଫଳରେ ଆଜି ସକାଳୁ ଶତାଧିକ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟ ଆଗରେ ଧାରଣାରେ ବସିଥିଲେ। ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ସେମାନେ ଧାରଣାରେ ବସିଥିଲେ ମଧ୍ୟ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଇନଥିଲା। ତେବେ ପୁଲିସ ପ୍ରଶାସନ ଏବଂ ଶିକ୍ଷା ବିଭାଗ ହସ୍ତକ୍ଷେପ ପରେ ଧାରଣା ହଟିଥିବା ନେଇ ସୂଚନା ମିଳିଛି। ବ୍ଲକ ଶିକ୍ଷା ବିଭାଗ କାର୍ଯ୍ୟଳୟରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦପ୍ତରକୁ ଚିଠି କରାଯାଇଥିବା ଏବିଇଓ କଳିଙ୍ଗ ଚନ୍ଦ୍ର ନାୟକଙ୍କ ଠାରୁ ସୂଚନା ମିଳିଛି। ଖଣ୍ଡପଡ଼ା ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୨/୫/୨୦୨୨---- ୧୦,୨୫ Sakhigopal News,12/5/2022

Blog Archive

Popular Posts