ପୂର୍ବ ଶ୍ରତୁତାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ମାରପିଟ ; ଦୁଇ ଗିରଫ
Fighting between two families centered on previous feuds; Two arrested.
ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ପରଜାପଡା ଗ୍ରାମର ଦୁଇ ପରିବାର ମଧ୍ୟରେ ପୂର୍ବ ଶ୍ରତୁତାକୁ କେନ୍ଦ୍ର କରି ମାରଧର ହୋଇଥବା ନେଇ ଥାନାରେ ଦୁଇଟି ଅଭିଯୋଗ ହୋଇଛି । ଦୁଇଜଣ ଘିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ପରଜାପଡା ଗ୍ରାମର ରବୀନ୍ଦ୍ର ପୁଷ୍ଟି ଚିଲପାଟଣା ବଜାରେ ଯାଉଥିବା ସମୟରେ ସନାତନ ଚୌଧୁରୀ ଓ ସୁକାନ୍ତ ଚୌଧୁରୀ ତାଙ୍କୁ ବକାବନା କରିଥିଲେ । ଏହାକୁ ରବୀନ୍ଦ୍ର ବିରୋଧ କରିବାରୁ ସନାତନ ଓ ସୁକାନ୍ତ ଚୌଧୁରୀ ମିଳିତ ଭାବେ ରବୀନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ । ଯାହା ଫଳରେକି ରବୀନ୍ଦ୍ର ଗୁରୁତର ଭାବେ ଆହତ ହୋଇଥିଲେ । ସତ୍ୟବାଦୀ ଥାନାରେ ରବୀନ୍ଦ୍ରଙ୍କ ଅଭିଯୋଗ କ୍ରମେ ୧୪୪/୨୨ରେ ଏକ ମମାଲା ରୁଜ କରାଯାଇ ସନାତନ ଓ ସୁକାନ୍ତ ଚୌଧୁରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି । ସେହିପରି ସନାତନ ଚୌଧୁରୀ ଅଭିଯୋଗ କରିଛନ୍ତି ଯେ ସେ ଚିଲପାଟଣା ବଜାରରେ ରବୀନ୍ଦ୍ର ପୁଷ୍ଠି ତାଙ୍କୁ ଆକ୍ରମଣ କରିଛନ୍ତି । ସନାତନଙ୍କ ଅଭିଯୋଗ କ୍ରମେ ୧୪୫/୨୨ରେ ଏକ ମାମଲା ରୁଜ କରାଯାଇଛି । ମାତ୍ର କାହାକୁ ଗିରଫ କରାଯାଇ ନଥିବା ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୫/୨୦୨୨---୫,୧୫