ସମାଜସେବୀ ତଥା ବୁଦ୍ଧିଜୀବୀ ଶଶୀଭୂଷଣ ଆଚାରୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ
Hrishikesh Padhi donated books with environmental protection messages at the wedding.
ଓଡ଼ଗାଁ:- ଓଡ଼ଗାଁ ବ୍ଳକ୍ ର ଜଣେ ସମାଜସେବୀ , ବୁଦ୍ଧିଜୀବୀ ତଥା ପରିବେଶବିତ୍ ସ୍ୱର୍ଗତ ଶଶୀଭୂଷଣ ଆଚାରୀଙ୍କ ଆଜି ହେଉଛି ପ୍ରଥମ ଶ୍ରାଦ୍ଧ ବାର୍ଷିକ । ସ୍ୱର୍ଗତ ଶଶୀଭୂଷଣ ଙ୍କ ଦ୍ୱାରା ପ୍ରତିଷ୍ଠିତ ମହର୍ଷି ଦୟାନନ୍ଦ ଚାରିଟେବୁଲ୍ ଟ୍ରଷ୍ଟ ଠାରେ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି। ଏହା ସହିତ ତାଙ୍କର ଏକ ପ୍ରତିମୂର୍ତ୍ତି ଅନୁଷ୍ଠାନ ପରିସରରେ ଓଡ଼ଗାଁ ବ୍ଳକ୍ ଅଧ୍ଯକ୍ଷ ଲୋକନାଥ ସାହୁଙ୍କ ଦ୍ୱାରା ଉନ୍ମୋଚନ ହୋଇଯାଇଛି।
ଆଜିର ଏହି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବା ପୂର୍ବରୁ ପ୍ରଥମେ ଦେବଯଜ୍ଞ ଅନୁଷ୍ଠିତ ହୋଇଥିଲା। ପରେ ମୁଖ୍ଯ ବକ୍ତା ଭାବେ ଓଡ଼ିଶା ର ସୁନାମଧନ୍ୟ ବୈଦିକ ବିଦ୍ୱାନ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ସଭାରେ ଯୋଗଦେଇ ସ୍ୱର୍ଗତ ଶଶୀଭୂଷଣ ଆଚାରୀଙ୍କ ଅବଦାନ ସମ୍ପର୍କରେ ମତ ରଖିଥିଲେ। ଅନ୍ୟତମ ଅତିଥି ଭାବେ ପୂର୍ବତନ ଡିଏଫଓ ସୁରେଶ ଚନ୍ଦ୍ର ହୋତା ବକ୍ତବ୍ଯ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ମୁନିସିପାଲିଟି ଅଧ୍ଯକ୍ଷା ଶ୍ରୀମତି ନିରୂପମା ଖଟେଇ, ଉତ୍କଳ ସାମ୍ବାଦିକ ସଂଘର ସଭାପତି ଶ୍ରୀକାନ୍ତ ଖଟେଇ, ଓଡ଼ଗାଁ ବ୍ଳକ୍ ଅଧ୍ଯକ୍ଷ ଲୋକନାଥ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ଯ ବିଭୁପ୍ରସାଦ ସାହୁ, କୁରାଳ ଗ୍ରା. ପ ସରପଂଚ ବିଜନ୍ ପାଇକରା,ଆଦି ଅତିଥି ଯୋଗଦେଇ ସ୍ୱର୍ଗତ ଶଶୀଭୂଷଣ ଆଚାରୀଙ୍କ ଙ୍କ ଗୁଣଗାରିମା ବର୍ଣ୍ଣନା କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଆଜିର ଏ ଶ୍ରଦ୍ଧାଞ୍ଜଳି ସଭାକୁ ନୟାଗଡ଼ ଜିଲ୍ଲା ଆର୍ଯ୍ୟସମାଜ ର ସଭାପତି ତଥା ଅବସରପ୍ରାପ୍ତ ଶିକ୍ଷକ ରଘୁନାଥ ନାୟକ ସଂଯୋଜନା କରିଥିଲେ। ସବା ଶେଷରେ ସ୍ୱର୍ଗତ ଶଶୀଭୂଷଣ ଆଚାରୀଙ୍କ ସୁପୁତ୍ର ଅରୁଣ ଶଙ୍କର ଆଚାରୀ ସମସ୍ତଙ୍କୁ ଧନ୍ଯବାଦ ଦେଇ ସଭା ସଭା ଶାନ୍ତ କରିଥିଲେ।
ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୧୧/୫/୨୦୨୨ ---୫,୩୦
Sakhigopal News,11/5/2022