Breaking News

ବିଦ୍ୟୁତ ଆଘାତରେ ନାବାଳିକା ର ମୃତ୍ୟୁ



Death of a minor due to electric shock
ଭଞ୍ଜନଗର – ବିଦ୍ୟୁତ ଆଘାତରେ ନାବାଳିକା ର ମୃତ୍ୟୁ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ  ଢୁଢୁଆ ଗାଁରେ ଘଟିଛି ଏଭଳି ଘଟଣା ।  ବିଦ୍ୟୁତ ଖୁଣ୍ଟ ରୁ ଘରକୁ ଆସିଥିବା , ଛିଣ୍ଡା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯିବାରୁ ଘଟଣା ସ୍ଥଳରେ ଗୁରୁତର ଆହତ ହୋଇଥିଲେ ନାବାଳିକା ଜଣକ ।  ପରିବାର ଲୋକେ ଅଚେତ ଅବସ୍ଥାରେ ଉଧାର କରି ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ନାବାଳିକା ଜଣକ ରାଣୀ ନାଇକ(୧୩) ।  ବୁଗୁଡ଼ା ଥାନା ଅନ୍ତର୍ଗତ ମାଣିତରା ଗ୍ରାମ ନିକଟରେ ଥିବା ତାମିରି ଗାଁ ର ବାବି ନାଇକଙ୍କ ଝିଅ ରାଣୀ । ନିଜ ଗାଁ ତାମିରି ରୁ ପରିବାର ଲୋକଙ୍କ ସହ ମିଶି ଭଂଜନଗର ଥାନା ଅନ୍ତର୍ଗତ ଢୁଢୁଆ ଗାଁ ରେ ରହୁଥିବା ଅଜା  ଙ୍କ ଘରକୁ ଭୋଜିକୁ ଆସିଥିଲେ । ମଙ୍ଖଳବାର ସକାଳ ୭ ଟା ସମୟରେ ଛାତ ଉପରକୁ ଯିବାବେଳେ ହଠାତ୍ ରାଣୀ ଛାତରେ ଲାଗିଥିବା ଲୁହାକୁ ଧରିବାରୁ ବିଦ୍ୟୁତ୍ ସଂଷ୍ପର୍ସରେ ଆସି ଏହି ଦୁଘର୍ଟଣା ଘଟିଥିଲା । ଏହି ଘଟଣାକୁନେଇ ଭଞ୍ଜନଗର ପୁଲିସ ଖବର ପାଇ ଡାକ୍ତରଖାନାରେ ପହଞ୍ଚି ରଣୀର ଶବକୁ ଜବତ କରିବା ସହ ତଦନ୍ତକରି ବ୍ୟବଛେଦ ଗୃହକୁ ପଠାଇ ଦିଆଯାଇଥିଲା ।ଏହାକୁ ନେଇ ଭଞ୍ଜନଗର ଥାନାରେ ଏକ ମାମଲା ହେଇଥିବା ଥାନା ଅଧିକାରୀ ଧୀରେଶ କୁମାର ଦାଶଙ୍କ ଠାରୁ ସୁଚନା ମିଳିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩/୫/୨୦୨୨----୯,୦୫ Sakhigopal News,3/5/2022

Blog Archive

Popular Posts