Breaking News

ମୃଦଙ୍ଗ ବାଦ୍ୟକ ଓ ମହାବିଦ୍ୟାଳୟର ୪ର୍ଥର୍ ଶ୍ରେଣୀ କର୍ମଚାରୀଙ୍କର ହୃଦଘାତରେ ପରଲୋକ

Death toll rises to fourth-grade musician and college student


 ସାକ୍ଷୀଗୋପାଳ -----  ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ଚତୁର୍ଥ କର୍ମଚାରୀଙ୍କ ସୁଦର୍ଶନ ମାଝିଙ୍କର (୫୮) ବର୍ଷରେ ହୃଦଘାତରେ ପରଲୋକ ହୋଇଯାଇଛି । ସେ ଜଣେ ମୃଦଙ୍ଗ ବାଦ୍ୟକାର ତଥା କଳାକାର ଥିଲେ । ମହାବିଦ୍ୟାଳୟରେ ଦୀର୍ଘ ୪୦ ବର୍ଷ ଧରି କାର୍ଯ୍ୟକରି ଆସୁଥିଷଲ । ସେ ଗଣେ ସ୍ନେହୀ, ଶ୍ୟଙ୍ଖଳିତ, ଓ କର୍ତ୍ତବ୍ୟନିଷ୍ଠ ବ୍ୟବହାର ଯୋଗୁ ମହାବିଦ୍ୟାଳୟର ଛାତ୍ରଛାତ୍ରୀ , ଅଧ୍ୟାପକଳ ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀଙ୍କ ପିୟ ଭାଜନ ହୋଇଥିଲେ । ଏହି ଦୁଖଃଦ ଖବର ମିଳିବା ପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରତିକାନ୍ତ ପରିଡାଙ୍କ ଅଧ୍ୟକ୍ଷତାରେ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନଟ ନୀରବ ପ୍ରାର୍ଥନା  କରାଯାଇଥିଲା । ସ୍ୱର୍ଗତ ଶ୍ରୀ ମାଝିଙ୍କ ଅନ୍ତ୍ୟେଷ୍ଟ କ୍ରିୟା ପାଇଁ ମହାବିଦ୍ୟାଳୟ ପକ୍ଷରୁ ଦଶ ହଜାର ଟଙ୍କା ତାଙ୍କ ଧର୍ମପତ୍ନୀଙ୍କୁ ପ୍ରଦାନ କରାଯାଇଥିଲା । ତାଙ୍କର ଜିଆଇଏସ ରୁ ମିଳିବାକୁ ଥିବା ଅବଶିଷ୍ଟ ରାଶି ବହୁଶିଘ୍ର ପ୍ରଦାନ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ପରିଡାଙ୍କ ଠାରୁ ସୁଚନା ମିଳିଛି । ସେହିପରି ଏହି ଖବର ପାଇବା ପରେ ବିଭିନ୍ନ କଳାକାର ସଂଘ ଓ ମା କ୍ଷେତ୍ରପାଳୀ ମୃଦଙ୍ଗ ବାଦ୍ୟ ନୃତ୍ୟ ପରିଷଦର ଓ ଗୁରୁ ରମେଶ ଚନ୍ଦ୍ର ପଲେଇ ଅମରଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ, ୪/୫/୨୦୨୨---୮,୨୫  

 Sakhigopal News, 4/5/2022

Blog Archive

Popular Posts