Breaking News

ସତ୍ୟବାଦୀରେ କାଳବୈଶାଖୀ ଭାଙ୍ଗିଲା ଗଛ, ଉଡିଲା ପଲିଥିନି

 In truth, the twilight has shattered the tree, and the fly has not blown away.


ସାକ୍ଷୀଗୋପାଳ ----- କାଳବୈଶାଖୀ ଯୋଗୁ ସତ୍ୟବାଦୀ ବ୍ଳକର ବିଭିନ୍ନ ଗ୍ରାମ, ବଜାର ଛକ ମାନଙ୍କରେ ତାଣ୍ଡବ ଲୀଲା କରିଥିବାର ଦେଘାଯାଇଛି । ମଙଗଳବାର ରାତି ୧୦ଟା ପରେ କିଛି ସମୟ ପାଇଁ ବର୍ଷା ସାଙ୍ଗକୁ ପବନ ବୋହିଥିଲା ।ଯାହା ହେଳେକି ପବନର ଗତି ପ୍ରାୟ ୪୦ରୁ ୫୦ ରହିଥିଲା । ଅଧିକାଂଶ ଯାଗାରେ ନଡିଆ ଗଛ ଭାଙ୍ଗି ପଡିଥିବାବେଳେ କେତେକ ଯାଗାରେ ଗଛର ଡାଲ ଭାଙ୍ଗି ପଡି ଘର ମାନଙ୍କ ଉପରେ ପଡିଛି । ସେହିପରି କଦଳୀ, ଅମୃତଭଣ୍ଡା, ସଜନା ସହିତ ବିଲ ମାନଙ୍କରେ କରାଯାଇଥିବା ପନି ପରିବା କ୍ଷତି ହୋଇଛି । ସେହିପରି ବିରି ଓ ମୁଗ ଅମଳରେ ଅଦିନିଆ ବର୍ଷା ଏବେ ବାଧକ ସାଜିଛି । ସାକ୍ଷୀଗୋପାଳ ବଜାର ରାସ୍ତାରେ ବର୍ଷା ପାଣି ଜମି ରହିଥିବା ବେଳେ ସାକ୍ଷୀଗୋପିନାଥ ଦେବଙ୍କ ଚନ୍ଦନ ଛାମୁଡିଆ ଆଂଶିକ କ୍ଷତି ହୋଇଥିବାର ଜଣାପଡିଛି । ବିଶେଷ କରି ଅହମଦପୁର ଗ୍ରାମରେ ପ୍ରାୟ ୭ ଗୋଟି ପରିବାର କାଳବୈଶାଖୀ ଯୋଗୁ ଅସୁବିଧାରେ ପଡିଛନ୍ତି  । ତୁରନ୍ତ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବାକୁ  ଦାବୀ ହେଉଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୫/୨୦୨୨---୮,୩୫   

Sakhigopal News, 4/5/2022


Blog Archive

Popular Posts