Breaking News

ଘରେ ପଶି ମୋବାଇଲି ଓଟଙ୍କା ଲୁଟ ଅଭିଯୋଗରେ ଯୁବକ ଗିରଫ

A young man has been arrested on charges of burglary and burglary.

ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ମୂଳଅଳସା ଗ୍ରାମର ଶ୍ରୀଧର ମଲ୍ଲିକଙ୍କ ଘରେ ଜଣେ ଯୁବକ ପଶି ମୋବାଇଲି ଓ ଟଙ୍କା ଚୋରି କରିଥିବା ଅଭିଯୋଗରେ ପଣସାପାଟଣା ଗ୍ରାମର ବିଶ୍ୱଜିତି ଓରଫ କୁନୁ ଭୋଇଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥବା  ଥାନା ଅଧିକାରୀ ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି । । ସୁଚନାଯୋଗ୍ୟ ଯେ ଅସ୍ୟହ ଗରମ ଯୋଗୁ ଶ୍ରୀଧର ଦୁଆର ଆଉଜାଇ ଶୋଇଥିଲେ । କିଛି ସମୟ ପରେ ଘର ମଧ୍ୟରେ ଖଟଖାଟ  ଶଦ୍ଧ ହେବାରୁ ଶ୍ରୀଧର ଉଠିପଡି କିଏସେ ବୋଲି କହିବାରୁ ପଣସପାଟଣା ଗ୍ରାମର ବିଶ୍ୱଜିତି ଭୋଇ ଦୌଡିକି ପଳାଇଥିଲା । ଦେଖିଲା ବେଳକୁ ବାକ୍ସ ଓ ଆଟାଚ ଭାଙ୍ଗି ଟଙ୍କା ଓ ମୋବାଇଲି ନେଇଯାଇଛି । ଏ ସମ୍ପର୍କରେ ସତ୍ୟବାଦୀ ଥାନାରେ ଶ୍ରୀଧର ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ ୧୪୩/୨୨ରେଏକ କେସରୁଜ କରି ଅଭିଯୁକ୍ତଙ୍କ ଠାରୁ ଚୋରି ହୋଇଥିବା ମୋବାଇଲି ଓଟଙ୍କା ଜବତ କରାଯାଇଥିବା ନେଇ ତଦନ୍ତ କରୁଥିବା ଥାନା ଏଏସଆଇ କୃଷ୍ଣଚନ୍ଦ୍ର ବେହେରାଙ୍କ ଠାରୁ ସୁଚନା ମିଳିଛି ।

  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୫/୨୦୨୨---୪.୩୦   

Sakhigopal News, 10/5/2022

Blog Archive

Popular Posts