Breaking News

ଜଟଣୀ ପୌରାଞ୍ଚଳରେ ଜାଗା ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ

A land relations program is being held in Jatani municipality

ଜଟଣୀ --ଜଟଣୀ ପୌରପରିଷଦର ଶ୍ରୀଜଗନ୍ନାଥ ଗାନ୍ଧୀ ଓ ବାଲିସାହି ଆଦର୍ଶ କଲୋନୀ କ୍ଲଷ୍ଟର ରେ ଜାଗା ସମ୍ପର୍କ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବସ୍ତି ଗୁଡିକୁ ଆଦର୍ଶ କଲୋନୀରେ ପରିଣତ କରି ବସ୍ତିବାସିନ୍ଦାଙ୍କ ମଧ୍ୟରେ ସୁସମ୍ପର୍କ ଗଢିବା ଜାଗା ସମ୍ପର୍କ ଉତ୍ସବର ମୂଳଲକ୍ଷ୍ୟ ବୋଲି ଗୋଷ୍ଠୀ ସଂଗଠିକା ସୂଚନା ଦେଇଥିଲେ ‌। ଜଟଣୀ ବସ୍ତି ମହାସଂଘର ସଭାପତି ଯୋଗେଶ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ସୁରେଶ ରାଉତରାୟ, ସମ୍ମାନିତ ଅତିଥି ଭାବେ ପାଣ୍ତବ ଜେନା ଫାଉଣ୍ଡେସନ ଅଧ୍ୟକ୍ଷ ସନ୍ତୋଷ ଜେନା,ପୌରାଧକ୍ଷ୍ୟ ଅନନ୍ତ ବେହେରା, ନିର୍ବାହୀ ଅଧିକାରୀ ଦିଲ୍ଲିପ କୁମାର ମହାନ୍ତି,ପୌର ମନ୍ତ୍ରୀ ଅନୁରାଧା ପ୍ରଧାନ, ଆଇନଜୀବୀ ଶୈଳେନ୍ଦ୍ର ପଟ୍ଟନାୟକ,ନାରୀ ନେତ୍ରୀ ନମିତା ପାଲ, କାଉନସିଲର ଇତିଶ୍ରୀ ଦାସ, ବିଷ୍ଣୁ ସାହୁ,ଦିଲିପ୍ ମାର୍ଥା,ପୂର୍ବତନ କାଉନସିଲର ସୌମେନ୍ଦ୍ର ପଟ୍ଟନାୟକ, ପ୍ରମୁଖ ଯୋଗଦେଇଥିବା ବେଳେ ଶ୍ରୀଜଗନ୍ନାଥ ଆଦର୍ଶ କଲୋନୀ, ଗାନ୍ଧୀ ଆଦର୍ଶ କଲୋନୀ ଓ ଵାଲିଛକ ସାହି ଆଦର୍ଶ କଲୋନୀ ସଭାପତି ଓ ସମ୍ପାଦକ ମାନଙ୍କ ସହିତ ନଗରପାଳିକା ଅଧିକାରୀ ଏକ ଏମ ଓ ୟୁ ସ୍ଵାକ୍ଷର କରାଇ ଥିଲେ । ଏହି କାର୍ଯ୍ୟକ୍ରମରେ ନଗରପାଳିକା କର୍ମଚାରୀ କାର୍ଯ୍ୟ ନିର୍ବାହୀ ଓ ଅନ୍ୟ ପ୍ରତିଭା ନାରୀ ମାନଙ୍କୁ ସମ୍ମାନୀତ କରାଯାଇଛି । ସମୟର ସ୍ୱଳ୍ପତା ଯୋଗୁଁ ଆହୁରି ଅନେକ ପ୍ରତିଭା  ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ପାରିନି । ଏମାନଙ୍କୁ ବହୁ ଶିଘ୍ର ସମ୍ବର୍ଦ୍ଧିତ କରାଯିବ। ଏହି କାର୍ଯ୍ୟକ୍ରମରେ ବହୁ ବସ୍ତି ବାସିନ୍ଦା ଯୋଗ ଦେଇଥିଲେ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩/୫/୨୦୨୨----୭,୫୫ Sakhigopal News,3/5/2022

Blog Archive

Popular Posts