4th Anniversary of the New Planet
ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ମହୁରା ଗ୍ରାମ ପଞ୍ଚାୟତରବାଗଲପୁର ସ୍ଥିତ ବାଲିକପିଳେଶ୍ୱର ମନ୍ଦିରପ୍ରାଙ୍ଗଣରେ ଥିବା ନବଗ୍ରହଙ୍କର ୪ର୍ଥ ବାର୍ଷିକ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଗ୍ରାମର ୨୧ ଜଣ ମହିଳା ପୁରଷ ଘଟ ବୁଡାଇଥିଲେ । ଏଥିରେ କର୍ତ୍ତା ଭାବେ କାତ୍ତିକେୟ ପଣ୍ଡ ଓ କର୍ତ୍ତୀ ଭାବେ ସଞ୍ଚୁଲତା ପଣ୍ଡା କାର୍ଯ୍ୟ ତୁଲାଇଥିଲେ ।ପୂଜକ କାହ୍ନୁଚରଣ ଦୀକ୍ଷିତ ଓ ବ୍ୟାସ ଚିତ୍ତରଞ୍ଜନ ନନ୍ଦ ହୋମ ଯଜ୍ଞ କରିଥିଲେ । ଏହି ଅବସରରେ ଗ୍ରାମରେ ଆମିଷ ନିଷେଧ କରାଯିବା ସହ ସମସ୍ତଙ୍କ ଘର ଆଗରେ ପୂର୍ଣ୍ଣକୁମ୍ଭ ବସିବା ସହ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ଲୋକନାଥ ବେହେରା ଏହାର ଆୟୋଜକ ହୋଇଥିବା ବେଳେ ଗ୍ରାମବାସୀ ମାନେ ସମସ୍ତ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୩/୨୦୨୨---୬,୧୫ Sakhigopal News, 5/3/2022