Breaking News

ପୈାରନିର୍ବାଚନରେ ଅନାଥଙ୍କ ସଂପୃକ୍ତିକୁ ଖଣ୍ଡନ,ଗଣମାଧ୍ୟମରେ ଅଯଥାରେ ରାଜନିତୀ ସହିତ ସଂଶ୍ଳିଷ୍ଟ କରାଯାଉଛି

 Orphan's involvement in the by-elections is being refuted, and the media is unnecessarily involved in politics.


ଜଟଣୀ---- ଜଟଣୀ ପୈାରପରିଷଦ ନିର୍ବାଚନଲାଗି ବିଗୁଲ ବାଜିବାପରେ ରାଜନୈତିକ ଦଳର ନେତାମାନେ ନିଜନିଜ ସପକ୍ଷର କର୍ମି ତଥା ନେତା ବାଛିବା ଆରମ୍ଭ କରିଦେଇଛନ୍ତି । ପୈାରାଧ୍ୟକ୍ଷ ସିଟ ହାତେଇବାଲାଗି ହେବିୱେଟ ନେତାମାନେ ଗୋଟି ଚାଳନା ଆରମ୍ଭ କରିଦେଇଛନ୍ତି । ସେଥି ମଧ୍ୟରେ ଜଟଣୀ ବାଛରା ଅଞ୍ଚଳର ଅନାଥ ପଟ୍ଟନାୟକ(ଅନୁ)ଙ୍କ ନାମ ଜଟଣୀ ପୈାରାଚଂଳରେ ହେବାକୁଥିବା ପୈାରାଧ୍ୟକ୍ଷ ପଦବୀଲାଗି କେତେକ ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ତେବେ ଏନେଇ ଅନାଥ କ୍ଷୋଭ ପ୍ରକାଶକରି କହିଛନ୍ତି ଯେ, ମୋତେ କୈାଣସି ରାଜନୈତିକ ଦଳ ସହିତ ସଂଶ୍ଳିଷ୍ଟ କରାନଯାଉ । ମୁଁ କୈାଣସି ରାଜନିତୀକୁ ଆସିବାକୁ ଚାହିଁ ନାହିଁ କିମ୍ବା ଏନେଇ ମୋର କୈାଣସି ଆନ୍ତରିକତା ନାହିଁ ବୋଲି ସ୍ପଷ୍ଟ କରି କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ମୁଁ ଗତ ୧୭ ତାରିଖରେ ଜଟଣୀର ବିଧାୟକ ସୁରେଶ କୁମାର ରାଉତରାୟଙ୍କ କାର୍ଯ୍ୟାଳୟକୁ ଯାଇଥିଲି । ହେଲେ ରାଜନିତୀ ପାଇଁ ନୁହେଁ ବରଂ ଏକ ସାକ୍ଷାତକାରଲାଗି ଯାଇଥିଲି । ସେଠାରେ ମୋତେ କିଛି ବ୍ୟକ୍ତିଙ୍କ ସହିତ ବିଧାୟକ ପରିଚିତ କରାଇଥିଲେ । ଏହି ଘଟଣାକୁ ନେଇ ରାଜନିତିକରଣ କରାଯାଉଛି । ଏଥି ବ୍ୟତିତ ମୁଁ ପେସାରେ ଜଣେ ଠିକାଦାର ହୋଇଥିବାରୁ କୈାଣସି ଦଳ ସହିତ ସଂପୃକ୍ତ ନୁହେଁ ବୋଲି ଗଣମାଧ୍ୟମରେ ସୁଚନା ଦେଇଛନ୍ତି ।

 ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୩/୩/୨୦୨୨---୯,୨୦  

  Sakhigopal News, 3/3/2022


Blog Archive

Popular Posts