Breaking News

ପୈାର ନିର୍ବାଚନ: ପ୍ରଥମ ଦିନରେ କେହି କଲେନି ନାମାଙ୍କନ



Reading Elections: No one nominated on the first day
ଜଟଣୀ,----- ଚଳିତ ୨୪ ତାରିଖରେ ପୈାରନିର୍ବାଚନ ହେବାଲାଗି ଦିନଧାର୍ଯ୍ୟ କରାଯାଇଥିବା ବେଳେ ଆଜି ପ୍ରଥମ ଦିନରେ ପୈାରାଞ୍ଚଳର ପୈାରାଧ୍ୟକ୍ଷ ଓ କାଉନସିଲର ଆଶାୟୀମାନଙ୍କ ପାଇଁ ଫର୍ମ ବିକ୍ରି ଆରମ୍ଭ ହୋଇଛି । ପୁଲିସ ପ୍ରଶାସନର ଉପସ୍ଥିତିରେ ବୁଧବାର ପୈାରପରିଷଦ କାର୍ଯ୍ୟାଳୟ ମଧ୍ୟରେ ଭୂବନେଶ୍ୱର ଉପଜିଲାପାଳ ତଥା ପୈାରପ୍ରଶାସନ ଦେବବ୍ରତ ସାହୁଙ୍କ ତତ୍ୱାବଧାନରେ ତହସିଲଦାର ତପନ କୁମାର ମହାପାତ୍ର, ଅତିରିକ୍ତ ତହସିଲଦାର ରମେଶଚନ୍ଦ୍ର ମଲିକ,ସିଇଓ ସତ୍ୟନାରାୟଣ ପ୍ରତିହାରୀ,ତ୍ରିଲୋଚନ ସାମନ୍ତରାୟ,ପ୍ରଦୀପ୍ତ ଜେନା ପ୍ରମୁଖଙ୍କ ସହଯୋଗରେ ଫର୍ମ ବିକ୍ରି କରାଯାଇଥିଲା । ଆଜି ପ୍ରଥମ ଦିନରେ ୨ଟି ପୈାରାଧ୍ୟକ୍ଷ ଫର୍ମ ବିକ୍ରି କରାଯାଇଥିବା ବେଳେ ୧୧ଟି କାଉନସିଲରଲାଗି ଫର୍ମ ଆଶାୟୀ ପ୍ରାର୍ଥୀମାନେ ନେଇଥିଲେ । ମାତ୍ର ପ୍ରଥମ ଦିନରେ କେହି ନାମାଙ୍କନ ଦାଖଲ କରିନଥିଲେ ବୋଲି ଉପଜିଲାପାଳ ଦେବବ୍ରତ ସାହୁଙ୍କଠାରୁ ସୁଚନା ମିଳିଛି । ଅନ୍ୟପଟେ ପୈାରାନିର୍ବାଚନଲାଗି ଆଶାୟୀ ପ୍ରାର୍ଥୀମାନେ ଅପେକ୍ଷାରେ ରହିଛନ୍ତି । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୩/୩/୨୦୨୨---୭,୧୦   

Sakhigopal News, 3/3/2022


Blog Archive

Popular Posts