ଛତୁଆ ମାଗିବାକୁ ଆସିଥିବା ପରାଜିତ ସରପଞ୍ଚ ପ୍ରାର୍ଥୀନୀଙ୍କୁ ଅଙ୍ଗନୱାଡୀ କର୍ମିଙ୍କ ଦୁର୍ବ୍ୟବହାର
Anganwadi workers misbehave with defeated Sarpanch candidate for begging
ଜଟଣୀ---- ଜଟଣୀବ୍ଲକ ଜାମୁକୋଳି ପଞ୍ଚାୟତ ମୁଣ୍ଡଳ ଗ୍ରାମରେ ରହିଥିବା ଏକ ଅଙ୍ଗନୱାଡୀରେ ମମତା ସେଠ୍ କର୍ମିଭାବେ କାର୍ଯ୍ୟକରୁଥିବା ବେଳେ ମମତାଙ୍କ ଶାଶୁ କୁମୁଦିନୀ ରାଉଳ ହେଲପରଭାବେ କାମ କରୁଛନ୍ତି । ମାତ୍ର ବୁଧବାର ପୁର୍ବାହ୍ନରେ ଅଙ୍ଗନୱାଡୀକୁ ବିଜୟପ୍ରଭା ମଲିକ ନାମ୍ନି ଜଣେ ମହିଳା ଛତୁଆ ନେବାଲାଗି ଆସିଥିଲେ । ତେବେ ଅଙ୍ଗନୱାଡି ମଧ୍ୟରେ କୈାଣସି କାରଣକୁ ନେଇ କର୍ମି ଓ ଉକ୍ତ ମହିଳାଙ୍କ ମଧ୍ୟରେ ବଚସା ହୋଇଯାଇଥିଲା । ଅଙ୍ଗନୱାଡୀ କର୍ମି ମମତା ବିଜୟପ୍ରଭାଙ୍କୁ ଛତୁଆଦେବା ପରିବର୍ତେ ଚପଲରେ ସେକିଦେବାଭଳି ମନ୍ତବ୍ୟ ଦେଇଥିବର ବିଜୟପଅଭା କହନ୍ତି । ତାଙ୍କୁ ଅଙ୍ଗନୱାଡି ପରିସରରୁ ପଦାକୁ ବାହାର କରିଦେଇଥିଲେ । ଉଭୟଙ୍କ ମଧ୍ୟରେ ପ୍ରବଳ ବାକବିତଣ୍ଡା ହେବାପରେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ । ମାତ୍ର ସ୍ଥାନୀୟ ଲୋକେ ଏହାର କାରଣ ପଚାରିଥିଲେ ମଧ୍ୟ କେହି କିଛି ଉତର ଦେଇନଥିଲେ । ଛତୁଆ ନେବାକୁ ଆସିଥିବା ମହିଳା ଜଣଙ୍କ ଚଳିତ ନିର୍ବାଚନରେ ଜାମୁକୋଳି ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀନୀ ଭାବେ ନିର୍ବାଚନଲଢି ପରାଜିତ ହୋଇଥିଲେ । ଅନ୍ୟପଟେ ଅଙ୍ଗନୱାଡୀ କର୍ମିଙ୍କ ଜଣେ ସମ୍ପର୍କିୟ ଚଳିତ ନିର୍ବାଚନରେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିଲେ । ତେଣୁ ଏହା ରାଜନୈତିକ ଆକ୍ରୋଶ ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଉକ୍ତ ପରାଜିତ ପ୍ରାର୍ଥୀନୀ ବିଭିନ୍ନ ବ୍ୟକ୍ତିଙ୍କ ନିକଟରେ ଅଭିଯୋଗ କରିଥିଲା ବେଳେ କେହି କିଛି ଶୁଣିନଥିବା କହିଛନ୍ତି । ତେବେ ଏନେଇ ସିଡିପିଓ ବନ୍ଦନା ଦେବୀଙ୍କୁ ପଚାରିବାରେ ସେ କୁହନ୍ତି, ଅଭିଯୋଗ ସମନ୍ଧରେ ଗଣମାଧ୍ୟମରୁ ଜାଣିଲି । ଦୁର୍ବ୍ୟବହାର କରିଥିବା ଅଙ୍ଗନୱାଡୀ କର୍ମିଙ୍କ ବିରୋଧରେ ମହିଳାଜଣଙ୍କ ଆଇନର ଆଶ୍ରୟ ନିଅନ୍ତୁ ବୋଲି କହିଛନ୍ତି ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୩/୩/୨୦୨୨---୭,୦୫
Sakhigopal News, 3/3/2022