Breaking News

ସତ୍ୟବାଦୀରେ ଅଜ୍ଞାତବାସରେ ସମିତିସଭ୍ୟ ; ଅଧ୍ୟକ୍ଷ ପଦବୀ ଉପରେ ନଜର ନଚେତ ଭୋଟ କସ୍ର ହେବ ବୋଲି ଜଣାପଡିଛି

 Committee members in the unknown in truthfulness; It is unknown at this time what he will do after leaving the post.


ସାକ୍ଷୀଗୋପାଳ----ସତ୍ୟବାଦୀ ବ୍ଳକର୨୪ ଗୋଟି ଗ୍ରାମ ପଞ୍ଚାୟତରେ ତ୍ରିସ୍ତିରୀୟ ନିର୍ବାଚନ ଫଳାଫଳ ଘୋଷଣା ସରିବା ପରେ ଏବେ ସମସ୍ତଙ୍କ ନଜର ଅଧ୍ୟକ୍ଷ ପଦବୀ ଉପରେ । ବିଧାୟକ କାହାକୁ ଦେଉଛନ୍ତି ଅଧ୍ୟକ୍ଷ ପଦବୀ । ସତ୍ୟବାଦୀ ବ୍ଳକରେ ଅଧ୍ୟକ୍ଷ ପଦବୀ ଘୋଷଣା ସରି ଯାଇଛି । ମାତ୍ର ଯଦି ସେହି ନିସ୍ପତି ବଜାୟ ରହେ ତାହାଲେ ଭୋଟ କ’ଣ ହେବ ତାହା କହିବା ବଡ କଷ୍ଟକର ହୋଇପଡିଛି । କାରଣ କେତେକ ପଞ୍ଚାୟତରେ ଅସନ୍ତୁଷ୍ଟ ବିଜେଡି ସମିତିସଭ୍ୟସଭ୍ୟା ଜିତିଛନ୍ତି । ସେମାନଙ୍କ ଉପରେ ଏବେ ବିଜେଡର ଭାଗ୍ୟ ି ନିର୍ଭର କରୁଛି ।  ଅନ୍ୟ ପକ୍ଷେ ଏବେ ଠାରୁ କିଛି ସମିତିସଭ୍ୟସଭ୍ୟା ମାନେ ଅଜ୍ଞାତବାସରେ ରହିଥିବା ଜଣାପଡିଛି ।   ଅଜ୍ଞାତବାସ ପରେ ଏବେ ସତ୍ୟବାଦୀ ଓ କଣାସ ବ୍ଳକ ଅଧ୍ୟକ୍ଷ ପଦବୀ ପାଇଁ ଚାଲିଛି ଅଙ୍କ କଷା ।୬ଗୋଟି ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ୩ଗୋଟି ବିଜେଡି ହାତେଇବାରେ ସକ୍ଷମ ହୋଇଥିବା ବେଳେ ୩ଗୋଟି ବିଜେପି ହାତେଇଥିବା ଜଣାପଡିଛି । ଏଥିପାଇଁ ସତ୍ୟବାଦୀର ବିଜେଡି ଦଳର କିଛି ତୁଙ୍ଗ ନେତା ମାନେ ସିଧାସଳକ ବିଧାୟକଙ୍କୁ ଆଙ୍ଗୁଠି ଦେଖାଇଛନ୍ତି । ସଠିକ ପ୍ରାର୍ଥୀ ଚୟନ ନ କରିବାରୁ ବା କର୍ମୀ ମାନଙ୍କ କଥା ନ ଣୁଣିବାରୁ ଆଜି ଏହିପରି ସମସ୍ୟା ଦେଖାଯାଇଛି ବୋଲି କର୍ମୀ ମାନେ ସିଧାସଳକ କହିଛନ୍ତି ।  ସତ୍ୟବାଦୀରେ ୨୪ ଗୋଟି ଗ୍ରାମ ପଞ୍ଚାୟ ମଧ୍ୟରୁ  ବିଜେଡି ସମର୍ଥିତ ସମିତିସଭ୍ୟ ଅଧିକ ଥିଲେ ମଧ୍ୟ ଭରଷା ପାଇ ପାରୁନାହିଁ । କାରଣ ଅସନ୍ତଷ୍ଟ ବିଜେଡି ସମିତିସଭ୍ୟ ମାନେ ଅଧ୍ୟକ୍ଷ କିଏସେ ହେବ ଜାଣିବା ପରେ ସେମାନେ ସମର୍ଥନ କରିବେ ନା ମତ ବଦଳାଇବେ ତାହା ଜଣାପଡିବ । ବିଜେପି ହାତରେ ପ୍ରାୟତ ୧୧ଜଣ ସମିତି ସଭ୍ୟ ରହିଛନ୍ତି । ଅନ୍ୟ ପକ୍ଷରେ ବିଜେଡି ଦଳ ମଧ୍ୟରେ ଅଧ୍ୟକ୍ଷ ପଦବୀକୁ ନେଇ କନ୍ଦଳ ରହିଛି । ଯାହାକି ଏହାର ଫାଇଦା ବିଜେପି ନେବାକୁ ଉଦ୍ଦ୍ୟମ କରୁଥିବା ଜଣାପଡିଛି । ଏହାକୁ ନେଇ ସାକ୍ଷୀଗୋପାଳରେ ବିଭିନ୍ନ ସ୍ଥାନରେ ରାଜନୈତିକ ନେତା ମାନେ ଅଙ୍କ କଷୁଥିବା ଜଣାପଡିଛି । ଗୋଟିଏ ପଟେ ଅସନ୍ତଷ୍ଟ ବିଜେଡି ସମିତିସଭ୍ୟସଭ୍ୟାଙ୍କ ଭୋଟ ଅଧ୍ୟକ୍ଷ ପଦବୀ ପାଇଁ ପ୍ରାୟତ ନିରୁପଣ କରିବ ବୋଲି ଜଣାପଡିଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୩/୨୦୨୨---୫,୦୫   Sakhigopal News, 2/3/2022

Blog Archive

Popular Posts