Breaking News

ଜଙ୍ଗଲରୁ ଯୁବକର ଝୁଲନ୍ତା ମୃତ ଦେହ ଉଧାର

Rescue the body of a young man hanging from a forest.

ଭଞ୍ଜନଗର–  ଗାଙ୍ଗପୁର ଥାନା ଅନ୍ତର୍ଗତ ସୋମନାଥପଲ୍ଲୀ ନିକଟ କଣ୍ଟେଇପଲ୍ଲୀ ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ  । ମୃତ ଯୁବକ ଦେବରାଜ ଘଡେ଼ଇ ବୋଲି ଜଣାପଡିଛି। ତାଙ୍କ  ଘର ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ  କୁମଣ୍ଡଳ ନିକଟ ସାମନ୍ତରାପୁର ଗ୍ରାମରେ ବୋଲି ଜଣାପଡିଛି । ଖବର ଅନୁସାରେ ନିକଟସ୍ଥ ଗାଁ ର କିଛି ଲୋକ ଜଙ୍ଗଲ ନିକଟ ପୋଖରୀ କୁ ଗାଧୋଇବାକୁ ଯାଇଥିବା ବେଳେ  ଏକ ଗଛରେ ଯୁବକଙ୍କ ମୃତଦେହ ଝୁଲି ରହିଥିବା ଦେଖି ପୋଲିସ କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ମୃତକଙ୍କ ମୋଟରସାଇକେଲ , ହେଲମେଟ , ମନିପର୍ସ ଓ ମୋବାଇଲ ପଡ଼ିଥିବା ଦେଖିବାକୁ ମିଳିଥିଲା । ସଂପୃକ୍ତ ସ୍ଥାନରେ ଗାଙ୍ଗପୁର ଥାନା ପୋଲିସ ପହଞ୍ଚି ତଦନ୍ତ କରିଛି ।  ମୃତ ଯୁବକ ଜଣକ ଆସିକା ରେ ରହି  ଏକ ଔଷଧ କମ୍ପାନୀ ରେ କାମ କରୁଥିଲେ । ତେବେ ମୃତ୍ୟୁ ର କାରଣ ଜଣାପଡିନଥିବା ବେଳେ ଏହା ଆତ୍ମହତ୍ୟା ବୋଲି  ପ୍ରାଥମିକ ଅନୁସନ୍ଧାନରୁ ପୋଲିସ ସନ୍ଦେହ କରୁଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ ,  ମୃତକ ଜଣକ ବିବାହିତ ଥିବା ବେଳେ କୈାଣସି କାରଣକୁ କେନ୍ଦ୍ରକରି ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ଅନୁମାନ କରୁଛି । 
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨/୩/୨୦୨୨---୬,୧୦
 Sakhigopal News,2/3/2022

Blog Archive

Popular Posts