ଲୋକକଳା ଗ୍ରାମର ୩ୟ ବାର୍ଷିକ ମହୋତ୍ସବ; ଆଜାଦୀକା ଅମୃତ ମହୋତ୍ସବ ପାଳିତ
ସାକ୍ଷୀଗୋପାଳ ------ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକର ସାରଙ୍ଗଯୋଡି ଗ୍ରାମକୁ ଲୋକକଳା ଗ୍ରାମ ଭାବେ ତିନି ବର୍ଷ ତଳେ ମାନ୍ୟତା ପାଇଥିଲା । ଏହି ଅବସରରେ ସାରଙ୍ଗଯୋଡି ଗ୍ରାମ ମେଳଣ ପଡିଆରେ ୩ୟ ବାର୍ଷିକ ମହୋତ୍ସବ ସହିତ ଆଜାଦୀକା ଅମୃତ ମହୋତ୍ସବ ପବିତ୍ର ଗାନ୍ଧୀ ଜୟନ୍ତ୍ୀରେ ପାଳିତ ହୋଇଯାଇଛି । ସତ୍ୟବାଦୀ ପଞ୍ଚାୟତ ସମିତିର ସହଯୋଗ କରିଥବା ବେଳେ ଏହି ମହୋତ୍ସବର ଆୟୋଜକ ରାଜ୍ୟ ଲୋକକଳା ସଂଘ, ଓଡିଶା, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସରକାର । ବିଭିନ୍ନ ଗ୍ରାମରୁ ପାଲା, ଦାସକାଠିଆ, ଗୋଟିପୁଅ, ଓଡିଶୀ, ମୃଦଙ୍ଗ ବାଦ୍ୟ, ସଂକୀର୍ତ୍ତନ ସହିତ ଦୁର୍ଗା, ଶିବନୃତ୍ୟୁ ସହିତ ପ୍ରାୟ ୩୦ ଗୋଟି ସଂଘର ବିଭିନ୍ନ କଳାକାର ମାନେ ସାରଙ୍ଗଯୋଡି ପଞ୍ଚାୟତ ଠାରୁ ବାହାରି ସଭାମଞ୍ଚ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରରେ ଆସିଥିଲେ । ଜଗନ୍ନାଥଙ୍କ ପାଖରେ ଦୀପ, ଧୂପ ଓ ପୁଷ୍ପମାଲ୍ୟ ଦେଇ =ମହୋତ୍ସବ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ରାଜ୍ୟ ସରକାର ହଜି ଯାଉଥିବା ବା ଲୋପ ହୋଇ ଯାଉଥିବା କଳାର ଉନ୍ନତି ସହିତ କଳାକାର ମାନଙ୍କ ମଧ୍ୟରେ ଆଗ୍ରହ ବଡାଇବା ପାଇଁ ମାଧ୍ୟମ ହେଉଛି ଏହି ମହୋତ୍ସବର ମୁଖ୍ୟ ଲକ୍ଷ୍ୟ ବୋଲି ଯୋଗ ଦେଇଥିବା ଅତିଥି ମାନେ ମତ ପ୍ରକାଶ କରିଥିଲେ । ମହୋତ୍ସବ ଆୟୋଜନ କରିଥିବା ସଂଘ ପକ୍ଷରୁ ଯୋଗଦେଇଥିବା ଅତିଥି ମାନଙ୍କୁ ସମ୍ମାନୀତ କରାଯାଇଥିଲା । ଜିଲ୍ଲା ପରିଷଦ ସଭ୍ୟ ଧୃବ ଚରଣ ଦାଶ, ସତ୍ୟବାଦୀ ବ୍ଳକ ସାମାଜିକ ଶିକ୍ଷା ସୁରକ୍ଷା ÷ଅଧିକାରିଣୀ ସୁଶ୍ରୀ ଲକ୍ଷ୍ମୀ ବେହେରା, ସ୍ଥାନୀୟ ସରପଞ୍ଚ ଚଞ୍ଚଳା ପାଣି, ସମିତିସଭ୍ୟା ନିରୁପମା ବେହେରା, ସତ୍ୟବାଦୀ କଳା ସଂସ୍କୃତି ସଂଘର ଉପସଭାପତି ରମେଶ ପଲେଇ, ମହୁରା ସରପଞ୍ଚ ନିରଞ୍ଜନ ମହାରୀ ବଳପୁର ସରପଞ୍ଚ ତ୍ରିନାଥ ମହାପାତ୍ର, ନରେନ୍ଦ୍ରପୁର ସମିତି ସଭ୍ୟ ପ୍ରଶାନ୍ତ ମହାପାତ୍ର , ସମାଜସେବୀ ଲିଙ୍ଗରାଜ ସାହୁ ପ୍ରମୁଖ ଜନପ୍ରତିନିଧଙ୍କ ସହିତ ଗୁରୁ ଶିବସୁନ୍ଦର ଘଟୁଆରୀ ଯୋଗ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୧୦/୨୦୨୧, ୮,୩୫ Sakhigopal News, 2/10/2021