ଗାନ୍ଧୀ ଜୟନ୍ତୀରେ ପୁଜ୍ୟପୂଜା ପକ୍ଷରୁ ଓଡିଶାକୁ ମଦ ମୁକ୍ତ ଦାବି
ଡେଲାଙ୍ଗ -------= ଡେଲାଙ୍ଗ ବେରବୋଇ ସ୍ଥିତ ଗାନ୍ଧୀପୀଠରେ ପୁଜ୍ୟପୂଜା ପକ୍ଷରୁ ମଦମୁକ୍ତ କରିବା ପାଇଁ ଗାନ୍ଧୀ ପୀଠରୁ ଆରମ୍ଭ ହୋଇଛି । ପ୍ରଥମେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିବା ପରେ ପରେ ରାମଧ୍ୱନି ଗାନ କରିଥିଲେ । ହାତରେ ବିଭିନ୍ନ ପ୍ଳାକର୍ଡ ଧରି ମଦମୁକ୍ତ କରିବା ପାଇଁ ଦାବି କରି ପୁରୀ ଗାନ୍ଧୀପୀଠ ପର୍ଯ୍ୟନ୍ତ ଯାଇ ପରବର୍ତ୍ତି ସମୟରେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ପୁଜାପୂଜ୍ୟ ରାଜ୍ୟ ସଭାପତି କଷ୍ଣଚନ୍ଦ୍ର ଜଗଦେବ କହିଛନ୍ତି । ପୁଜାପୂଜ୍ୟ ଜିଲ୍ଲା ସଭାପତି= ଆଦିକନ୍ଦ ଶ୍ରୀ ଚନ୍ଦନ, ଜିଷ୍ଠୁଜୟ ମତଗଜ, ଦୁର୍ଯ୍ୟେଧନ ଜେନା, ବିଶ୍ୱଜିତି ବଡଜେନା, ସୁଚିସ୍ମିତା ରାଉତରାୟ, ତରୁଣ ସେନ ସ୍ୱାଇଁ, ଦିଲୀପ ଧାଉଡିଆ ଓ ପ୍ରାଚୁର୍ଯ୍ୟ ହୋତା ପ୍ରମୁଖ ଯୋଗ ଦେଇଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ବିଶ୍ୱ କେସନ ହରିଚନ୍ଦନ, ଡେଲାଙ୍ଗ ବିଜେଡି ସଭାପତି ରବି ଦାସ, ନିମଳ ପରିଡା, ମାନସ ସ୍ୱାଇଁ, ଶରତ ସ୍ୱାଇଁ ପ୍ରମୁଖ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିବା ସହ ଗାନ୍ଧୀପୀଠର ଉନ୍ନତି କରିବା ପାଇଁ ଦାବି ରଖିଛନ୍ତି । ସେହିପରି ଗାନ୍ଧୀ ସ୍ମାରକି ସମିତି ଓ କସ୍ତୁରବା ସେବା ଟ୍ରଷ୍ଟ ଆନୁକୁଲ୍ୟରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ରମଧ୍ୱନି, ସର୍ବସାଧାରଣରେ ପ୍ରାର୍ଥନା କରାଯାଇଥିଲା । ଗାନ୍ଧୀ ସ୍ମାରକି ସମିତିର ସଭାପତି ଇଂ ବିଚିତ୍ରା ନନ୍ଦ ମହାନ୍ତି, ସମ୍ପାଦକ ଚନ୍ଦ୍ରଶେଖର ବିଶ୍ୱାଳ ଓ କସ୍ତୁରବା ଟ୍ରଷ୍ଟ ର ମୁଖ୍ୟ ପରି=ଚାଳିକା କବିତାରାଣି ପରିଡା ପ୍ରମୁଖ ଉପସ୍ଥିତ ରହିଥିଲେ । ମେକ ଇନି ଇଣ୍ଡିଆ ଆଣ୍ଡ ମିଡିଆ ପରିବାର ପକ୍ଷରୁ ସେହିପରି ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨/୧୦/୨୦୨୧---୮,୨୫ Sakhigopal News, 2/10/2021