Breaking News

ଡେଲାଙ୍ଗ ରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ


 ଡେଲାଙ୍ଗ-ଡେଲାଙ୍ଗ ବରିଷ୍ଠ ନାଗରିକ ସଂଘ ଓ ଆଭା ଅନୁଷ୍ଠାନର ମିଳିତ ଉଦ୍ୟମରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି ।  ବରିଷ୍ଠ ନାଗରିକ ସଂଘର ସଭାପତି ପ୍ରଶାନ୍ତ କୁମାର ପ୍ରଧାନ ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିଥିବା ବେଳେ ଅତିଥି ପରିଚୟ ଓ ସ୍ୱାଗତଭାଷଣ ରାଜକିଶୋର ପରିଡା ଦେଇଥିଲେ ।  ବରିଷ୍ଠ ନାଗରିକ ସଂଘର ସମ୍ପାଦକ ଡା.କ୍ଷେତ୍ରବାସୀ ପ୍ରଧାନ,ବାର୍ଷିକ ବୀବରଣୀ ପାଠ କରିଥିଲେ । ମୁଖ୍ୟବକ୍ତାଭାବେ ଆଭାର ସଭାପତି ସୁଧିର ଚନ୍ଦ୍ର ଦାଶ ଯୋଗଦେଇ ବରିଷ୍ଠ ନାଗରିକ ଦିବସ ପାଳନ ସମ୍ପର୍କରେ ନିଜର ମତ ରଖିଥିଲେ । ଶିର୍ଷକ ଆଲୋଚନା ଚକ୍ର ସବୁ ବୟସର ବ୍ୟକ୍ତିଙ୍କ ପାଇଁ ଡିଜିଟାଲ ସହଭାଗିତା ସ୍ଥାନ ପାଇଥିଲା । ମନସ୍ତତ୍ୱବିତ ନିବେଦିତା ମହାନ୍ତି ଓ ସାମାଜିକ କର୍ମି ନିରୁପମା ମହାପାତ୍ର ଯୋଗଦେଇ ବରିଷ୍ଠ ନାଗରିକଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଅନାମ ମଲ୍ଲିକ ,ବିନାୟକ ବସ୍ତିଆ,ଦୁର୍ଯୋଧନ ପରିଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଆଭାର ସହ ସମ୍ପାଦକ ଧନ୍ୟବାଦ ଦେଇଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨/୧୦/୨୦୨୧---୮,୪୦

 Sakhigopal News, 2/10/2021

Blog Archive

Popular Posts