ବୁଢାକେନ୍ଦୁ ଜଙ୍ଗଲରୁ ମାଧବୀଚେର ଚୋରାଚାଲାଣ ବେଳେ ବନବିଭାଗର ଚଢ଼ାଉ , ଅଟୋ ଜବତ
ଭଞ୍ଜନଗର--- ଭଞ୍ଜନଗର କେନ୍ଦ୍ରିୟ ବନାଞ୍ଚଳ ର , ଗାଙ୍ଗପୁର ଫରେଷ୍ଟ ସେକସନ୍ ଅନ୍ତର୍ଗତ ବୁଢାକେନ୍ଦୁ ନିକଟ ଜଙ୍ଗଲ ରୁ ଯାତ୍ରୀବାହୀ ଅଟୋ ଜବତ ସହ ୮୦ କେଜି ମାଧବୀଚେର ଚୋରାଚାଲାଣ ବେଳେ ଗାଙ୍ଗପୁର ବନବିଭାଗ କର୍ମଚାରୀ ମାନେ ଚଢ଼ାଉ କରିଥିଲେ । ଏକ ଅଟୋ ଜବତ କରିଛି ଜଙ୍ଗଲ ବିଭାଗ । ଘଟଣା ସ୍ଥଳରୁ ଅଟୋ ଡ୍ରାଇଭରର ଫେରାର ହୋଇଯାଇଛି । ସଂପୃକ୍ତ ଅଟୋ ସହ ୮୦ କେଜି ମାଧବୀଚେର , ୮ ଟି ଶାବଳ , ୪ ଟି କଟୁରୀ ଓ ୩ ଟି କୋଦାଳ ଜବତ କରିଥିଲା ବନବିଭାଗ । ବୁଢାକେନ୍ଦୁ ଜଙ୍ଗଲର ଦୁମୁଦୁମି ସଂରକ୍ଷିତ ଜଙ୍ଗଲରୁ ଶେରଗଡ଼ ଅଭିମୁଖେ ଚାଲାଣ ହେଉଥିବା , ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି । ଏନେଇ ବନବିଭାଗ ଦ୍ୱାରା ୨୩୬/୨୧ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିବା ସହ ଫେରାର ଅଭିଯୁକ୍ତ ଖୁବ୍ ଶୀଘ୍ର ଧରାପଡ଼ିବ ବୋଲି ସୂଚନା ଦେଇଛନ୍ତି , କେନ୍ଦ୍ରିୟ ବନାଞ୍ଚଳ ଅଧିକାରୀ କୁମର ବେହେରା । ଏହି ଚୢ ରେ ବନପାଳ - ଜିତେନ୍ଦ୍ର କୁମାର ମଲ୍ଲିକ , ଭେଙ୍କଟ ଦୋରା , ଏବଂ ବନରକ୍ଷୀ - ବିଜ୍ଞାନୀ ବେହେରା ସାମିଲ ଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୧୦/୨୦୨୧ ---୯,୪୦