Breaking News

ଲଗାଣ ବର୍ଷା ଯୋଗୁ ମଲାଗୁଣି ନଦି ବନ୍ଧ ଭାଙ୍ଗିଲା; କଣାସ ର ଛଅ ଟି ଗ୍ରାମ ଜଳମଗ୍ନ


କଣାସ ---କଣାସ ବ୍ଲକ ମଲାଗୁଣି ନଦିର ପ୍ରାୟ ୩୦ ଫୁଟ ର ବନ୍ଧ ଭାଙ୍ଗି ଦିବ୍ୟସିଂହ ପୁର ଗ୍ରାମ ପଞ୍ଚାୟତ ର ହଳଦୀ ପଦର ,ତୈଲା,ଭଗବତୀପଡା,ଦିବ୍ୟସିଂହ ପୁର, ବାରମାଣ ,ଅଵ୍ୟପୁରୁ,ବରାଗଡ଼ ଆଦି ଗ୍ରାମ ଗୁଡିକ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ିଛି । ଅନେକ ପରିବାର ପାଣି ଘେରରେ ରହିଛନ୍ତି । ସେମାନଙ୍କ ପାଖରେ ପ୍ରଶାସନ ଜରି ଖଣ୍ଡେ ଖଣ୍ଡେ ଧରେଇଦେଇ ଚୁପ ହୋଇ ବସିଛନ୍ତି । ସରକାର ଗୋଟେପଟେ ସ୍ୱଚ୍ଛ ଭାବ ମୂର୍ତ୍ତି ରାଜନୀତି କରି ସାଧାରଣ ଲୋକଙ୍କୁ ଠକି ଦେଇ ନିଜେ ବାହାବାହା ନେଉଛନ୍ତି । ଯାହା ଏ ବାସ୍ଥବ ଚିତ୍ର ହିଁ ବୟାନ କରୁଛି । ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ ପାଣି ଘେରରେ ରହିଥିବା ପରିବାର ମାନଙ୍କୁ ସରକାର ଙ୍କ ନିୟମ ଅନୁସାରେ ସାହାଯ୍ୟ କରାଯିବ ବୋଲି କହିଛନ୍ତି ।
କଣାସ ରୁ ତ୍ରିନାଥ ମଲିକ ଙ୍କ ରିପୋର୍ଟ, ୧୪/୯/୨୦୨୧----୭,୩୦
Sakhigopal News,14/9/2021

Popular Posts