Breaking News

ଲଗାଣ ବର୍ଷାରେ ବରକେରା ଗ୍ରାମବାସୀଙ୍କ ର ବହୁତ କ୍ଷତି

 
ଡେଲାଙ୍ଗ----ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ବରକେରା ଗ୍ରାମବାସୀଙ୍କ ଚଳିତ ଲଗାଣ ବର୍ଷାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଯାହାଦ୍ଵାରା ଧାନ ଫସଲ ନଷ୍ଟ ହେବା ସହିତ ୫୦ଟି ମାଛ ପୋଖରୀ ବୁଡି ଯାଇଛି। ଏଥିସହିତ ପ୍ରାୟ ତରିଶ ହେକ୍ଟର ପନି ପରିବା ଚାଷ ଉଜୁଡି ଯାଇଥିବା ଚାଷୀ ମାନେ କହନ୍ତି । ପନିପରିବା ମଧ୍ୟରେ ପୋଟଳ, ବାଇଗଣ,ଲଙ୍କା, ଜହ୍ନି, ଭେଣ୍ଡି,କାକୁଡି, ଝୁଡୁଙ୍ଗ ଇତ୍ୟାଦି ଫସଲ ନଷ୍ଟ ହୋଇଛି। ଡେଲାଙ୍ଗ ବ୍ଲକ୍ର ସବୁଠାରୁ ଅଧିକ ଖାଲୁଆ ଅଞ୍ଚଳ ଭାବେ ବରକେରା ଗ୍ରାମ ଜଣାଶୁଣା । ଏଠାରୁ ପାଣି ଛାଡିବାକୁ ଡେରି ହୋଇଥାଏ । ଯାହା ଫଳରେ ପନିପରିବା ଚାଷ ନଷ୍ଟ ହେବାର ସମ୍ଭାବନା ରହିଛି ବୋଲି ଚାଷୀ ମାନେ ଅଭିଯୋଗ ଆଣିଛନ୍ତି ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୪/୯/୨୦୨୧---- ୭,୪୫ 
Sakhigopal News,14/9/2021

Popular Posts