Breaking News

ଫନି ଯିବାର ଦୁଇ ବର୍ଷ ପରେ ମଧ୍ୟ କୁକୁଡା ଚାଷୀ ସରକାରୀ ସାହାର୍ଯ୍ୟରୁ ବଞ୍ଚିତ

 


ସାକ୍ଷୀଗୋପାଳ ---- ସାକ୍ଷୀଗୋପାଳ ବକୁଳବନ ସ୍ଥିତ ସିଦ୍ଧବଳରାମଙ୍କ ମନ୍ଦିର ପ୍ରାଙ୍ଗଣରେ ସାକ୍ଷୀଗୋପାଳର ବିଭିନ୍ନ ଗ୍ରାମ ପଞ୍ଚାୟତରୁ  କୁକୁଡା ଚାଷୀ ମାନଙ୍କର ଏକ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଯାଇଛି । ଏଥିରେ ପିଏଫଡିଏଫ ଓଡିଶାର ଅଧ୍ୟକ୍ଷ ଅଶୋକ ପ୍ରଧାନ, ଉପାଧ୍ୟକ୍ଷ ଜନ୍ମଜୟ ମହାନ୍ତି, ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ପରିଡା  ଯୋଗଦେଇଥିଲେ ।  ସେହିପରି ଡେଲାଙ୍ଗ, ଗୋପ, ଜଟଣୀ, ନିମାପଡା ଓପିପିଲି ବ୍ଳକର ଫନିରେ କ୍ଷତିଗସ୍ତ କୁକୁଡା ଚାଷୀ ମାନେ ଯୋଗଦେଇଥିଲେ । ଫନି ଯିବାର ଦୁଇ ବର୍ଷ ଅତିବାହିତ ହୋଇଯାଇଥିଲେ ମଧ୍ୟ ସରକାରୀ ବାବୁ ମାନଙ୍କର ଅବହେଳା ଓ ବିଭାଗୀୟ ଅଧିକାରୀ ମାନଙ୍କ ର ସମନ୍ନୟ ଅଭାବ ଯୋଗୁ ଚାଷୀ ମାନେ ଫନି ସହୟତା ପାଇବାରୁ ବଞ୍ଚିତ ବୋଲି ଆଲେଚନା କରାଯାଇଥିଲା । ତହସିଲରେ ଫନି କ୍ଷତିଗସ୍ତ ପ୍ରମାଣପତ୍ର ମିଳୁନଥିବା ବେଳେ ବିଭିଓ ମାନେ କୁକୁଡା ଚାଷୀ ମାନଙ୍କୁ ସଠିକ ସୂଚନା ନ ଦେଇଥିବାରୁ ଚାଷୀ ମାନେ କାଗଜପତ୍ର ଦାଖଲ କରିବାରେ ବିଳମ୍ବ ଘଟୁଛି ବୋଲି ଚାଷୀ ମାନେ କହିଥିଲେ । ସାକ୍ଷୀଗୋପାଳ ପିଏଫଟିଏଫ ଶାଖା ନୂତନ କରି ଗଠନ କରାଯାଇଛି ।ଏ+ଥିରେ ସଭାପତି ଭାବେ ଭଗବାନ ବିଶ୍ୱାଳ, ସମ୍ପାଦକ ଭାବେ ଶ୍ରୀକାନ୍ତ ପାଣି, କୋଷାଧ୍ୟାକ୍ଷ ଭାବେ ସବେଶ୍ୱର୍ର ପରିଡା ଓ ଉପସଭାପତି ବିଶ୍ୱନାଥ ରଥ, ସହ ସମ୍ପାଦକ ଭାବେ ପ୍ରକାଶ ବାରିକଙ୍କୁ ମନୋନୀତ କରାଯାଇଛି ବୋଲି ପିଏଫଡିଏଫ ଓଡିଶାର ସମ୍ପାଦକ ପ୍ରଦ୍ୟୁମ୍ନ ପରିଡା କହିଛନ୍ତି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୮/୨୦୨୧-----୭,୫୦  

Sakhigopal News, 1/8/2021

Blog Archive

Popular Posts