>>
  • ସାକ୍ଷୀଗୋପିନାଥ ଦେବଙ୍କ ବାହାର ଚନ୍ଦନଯାତ୍ରା ଶେଷ; କାଲି ହେବ କିଚକ ବଧ
  • >>
  • ସତ୍ୟବାଦୀ ରେ ବିଜେପିର ମିଡିଆ ସେଲ ଦାୟିତ୍ବରେ ପ୍ରଭାତ ଓ ଅମର
  • >>
  • ସତ୍ୟବାଦୀ ରେ ଆର୍ଟ ଅଫ ଗିଭିଂ ପାଳିତ
  • >>
  • ଡେଲାଙ୍ଗ କୋଠବାଡ ପଞ୍ଚାୟତ କାର୍ଯ୍ୟାଳୟରେ କୃଷକଙ୍କ ସମସ୍ୟା ଦୂର ପାଇଁ ସମୀକ୍ଷା
  • >>
  • ଡେଲାଙ୍ଗ ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିରର ୫୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
  • >>
  • ଭଞ୍ଜନଗର ରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ
  • >>
  • ଭଂଜନଗର ରେ ଦ୍ବାଦଶ ତମ ଆର୍ଟ ଅଫ ଗିଭିଂ ଡେ ପାଳିତ
  • >>
  • ଗ୍ରାମ ରେ ଅଲୌକିକ ଘଟଣା ,ମାଟି ତଳେ ଶିବଲିଙ୍ଗ , ଉଦ୍ଧାର କଲେ ଗ୍ରାମବାସୀ
  • >>
  • ଭିର୍ନ୍ନକ୍ଷମ ସୁନିତାଙ୍କ ବିବାହରେ ସାହାର୍ଯ୍ୟର ହାତ ବଢ଼େଇଲା ବିପଦର ବନ୍ଧୁ ଓଡିଶା
  • >>
  • ମୁଖ୍ୟ ରାସ୍ତାରୁ ତାଡି ବିକୁଥିଲେ ମୋରମ |ଟ୍ରାକ୍ଟର ଓ ଜେସିବି ସହ ୨ ଥାନା ରେ ଅଟକ
  • >>
  • ଅତିରିକ୍ତ ତହସିଲଦାର ଓ ଦଲାଲ ଙ୍କ ମଧୁଚନ୍ଦ୍ରିକାରେ ବେଆଇନ ପଟ୍ଟା କରବାର ; ଜନ ଅସନ୍ତୋଷ ବୃଦ୍ଧି
  • >>
  • ସତ୍ଯବାଦୀରେ ତିନି ସେନାଙ୍କ ବୀରତ୍ୱକୁ ସମ୍ମାନ ଜଣାଇ ତ୍ରିରଙ୍ଗା ଶୋଭାଯାତ୍ରା
  • >>
  • ତିନି ସେନାର ବୀରତ୍ୱ ପରାକ୍ରମକୁ ସମ୍ମାନ ଜଣାଇ ତ୍ରିରଙ୍ଗା ଶୋଭାଯାତ୍ର
  • >>
  • ଜଟଣୀରେ ସେନା ବାହିନୀ ଉଦ୍ଦେଶ୍ୟରେ ତୀରଙ୍ଗା ଶୋଭାଯାତ୍ରା
  • >>
  • ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ଜନ୍ମ ଦିନରେ ରକ୍ତ ଦାନ ଶିବିର
  • ସତ୍ୟବାଦୀ ବ୍ଳକରେ ମୋ ଉପକାରୀ ବଗିଚା କେଳାଙ୍କାରୀ ପଦାକୁ ବାହାରୁଛି ; ମହିଳା ଗୋଷ୍ଠୀ ମାନେ ପଞ୍ଚାୟତ ନିର୍ବାଚନରେ ଏହାର ଜବାବ ଦେବେ

      ସାକ୍ଷୀଗୋପାଳ ------  ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକରେ ମୋ ଉପକାରୀ ବଗିଚା ବଣ୍ଟନରେ ଅନିୟମିତତା ହୋଇଥିବା ନେଇ ପ୍ରଥମେ ସକାଳ କାଗଜରେ ପ୍ରକାଶ ପାଇଥିଲା । ଏଥିରେ ଓଡିଶା ଜୀବୀକା ମିଶନ ବିଭାଗ ହିତାଧିକାରୀ ଚୟନ କରିବା ଦାୟତ୍ୱ ନେଇଥିଲା । ଏପରିକି ଯେଉଁ ମାନଙ୍କର ଘର ଡିହ କେବଳ ରହିଛି,  ଜମି ଗୁଣ୍ଠେ ନାହିଁ ସେମାନଙ୍କ ପରିବାରର ମହିଳା ସଦସ୍ୟ ମାନଙ୍କୁ ଗୋଟିଏ ନୁହେଁ କି ଦୁଇଟି ନୁହେଁ ତିନି ତିନିଟା ବଗିଚା ପ୍ରଦାନ କରାଯାଇଛି । ଏହି ପ୍ରସଙ୍ଗକୁ ଲୁଚାଇବାକୁ ଯାଇ ନିଜ ଗୁମରା ଏବେ ନିଜେ ଖୋଲିଛନ୍ତି ବିଭାଗୀୟ ଅଧିକାରୀଣି । ସତ୍ୟବାଦୀ ବ୍ଳକକୁ ଆସିଥିବା ମୋ ଉପକାରୀ ବଗିଚା ସାତଗୋଟି ପଞ୍ଚାୟତରେ ଦିଆଯାଇଛି । ଏଥିରୁ ପ୍ରମାଣ ମିଳିଛି ଯେ ସତ୍ୟବାଦୀ ବ୍ଳକରେ ୨୪ ଗୋଟି ପଞ୍ଚାୟତରୁ  ସାତଗୋଟି ପଞ୍ଚାୟତରେ ମହିଳା ଗୋଷ୍ଠୀ ଗଠନ ହୋଇଛି =ଅନ୍ୟ ପଞ୍ଚାୟତରେ ମହିଳା ଗୋଷ୍ଠୀ ଗଠନ ହୋଇନାହିଁ । ଯଦି ଗଠନ ହୋଇଛି ବା ମହିଳା ଚାଷୀ ଥିଲେ ସେମାନଙ୍କୁ କ’ଣ ପାଇଁ ଏହି ଯୋଜନାରୁ ବଞ୍ଚିତ କରଗଲା । ସୁଚନାଯୋଗ୍ୟ ଯେ ବୀରରାମଚନ୍ଦ୍ରପୁର ପଞ୍ଚାୟତରେ ୧୯୯ ଜଣ, ବଳପୁର ଗ୍ରାମ ପଞ୍ଚାୟତରେ ୧୪୪ଜଣ, ପେଣ୍ଠପଡା ପଞ୍ଚାୟତରେ ୨୮୯ ଜଣ ମହୁରା ପଞ୍ଚାୟତରେ ୨୧୨ ଜଣ, ବିଦ୍ୟାଧରପୁର ପଞ୍ଚାୟତରେ ୧୮୯ ଜଣ, ଆଳିସ ପଞ୍ଚାୟତରେ ୪୮ ଜଣ, ନରେନ୍ଦ୍ର୍ରପୁର ଗ୍ରାମ ପଞ୍ଚାୟତରେ ୧୦୯ଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛ ବୋଲି ଓଡିଶା ଜୀବୀକା ମିଶନ ପକ୍ଷରୁ ସଫେଇ ଦିଆଯାଇଛି । ଅନ୍ୟ ୧୭ ଗୋଟି ପଞ୍ଚାୟତରେ କେହି ଜଣେ ମହିଳା ଚାଷୀ ବା ନାହାନ୍ତି ତାହା ବିଭାଗୀୟ ଅଧିକାରିଣି ପ୍ରକାଶ କରନ୍ତୁ । ଏହି ସାତଗୋଟି ପଞ୍ଚାୟତରେ ହିତାଧିକାରି ଚୟନ କରାଯାଇଛି କାହା ନିର୍ଦ୍ଦେଶରେ ତାହା ସର୍ବସାଧାରଣରେ ପ୍ରକାଶ କରିବା ପାଇଁ ବିଭିନ୍ନ ଜନପ୍ରତିନିଧି ମାନେ ଦାବି କରିଛନ୍ତି ।  ଅନ୍ୟ ପକ୍ଷେ ପେଣ୍ଠପଡା ପଞ୍ଚାୟତରେ ୨୮୯ ଜଣ ମୋ ଉପକାରୀ ବଗିଚା ହିତାଧିକାରୀ ରହିଥିବା ବେଳେ ଜୟପୁର ପଞ୍ଚାୟତରେ ଗୋଟିଏ ବି ମୋ ଉପକାରୀ ବଗିଚା ପାଇବା ପାଇଁ ହିତାଧିକାରୀ ନଥିଲେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ ପ୍ରଶ୍ନ ଉଠାଇଛନ୍ତି ।  ଏପରିକି ମା ମାନେ ଦଶ ହଜାର ଟଙ୍କା ହରାଇଲେ ଏହାର ଜବାବ ଆଗାମୀ ପଞ୍ଚାୟତ ନିର୍ବାଚନରେ ମହିଳା ଗୋଷ୍ଠୀ ମାନେ ଚେତାବନୀ  ଦେଇଛନ୍ତି । ପୁରୀ ଜିଲ୍ଲାପାଳ ତୁରନ୍ତ ଏ ଦିଗପ୍ରତି ନଜର ଦେବାକୁ  ସତ୍ୟବାଦୀ ବ୍ଳକର ବିଭିନ୍ନ ମହିଳା ଗୋଷ୍ଠୀ ମାନେ  ଦାବି କରିଛନ୍ତି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୮/୨୦୨୧-----୭,୫୦  

     Sakhigopal News, 1/8/2021

    Blog Archive

    Popular Posts