Breaking News

ବର ଅଶ୍ୱତ୍ଥ ବୃକ୍ଷ ରୋପଣ ସହିତ ରାସନ୍ ସାମଗ୍ରୀ ବଣ୍ଟନ


  ସାକ୍ଷୀଗୋପାଳ----  ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ପକ୍ଷରୁ ନୂଆପାଟଣା ଗ୍ରାମରେ ବର ଅଶ୍ୱତ୍ଥ ବୃକ୍ଷ ରୋପଣ କରାଯାଇଛି । ପରାହାଟ ନିମସାହି ଗ୍ରାମର ଦିବ୍ଯାଙ୍ଗ ପବିତ୍ର ପ୍ରଧାନ  ପରିବାର କୁ ଏକ ମାସର ତେଜରାତି ଓ ପନିପରିବା ଦିଆଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଶାଖାର ଉପସଭାପତି ବିଷ୍ଣୁ ମହାରଣା, ସୁଶାନ୍ତ ରଥ, ନୀଳକଣ୍ଠ ବାରିକ, ସଂଗ୍ରାମ ମହାପାତ୍ର, ତୋଫାନ, ଅନ୍ନପୂର୍ଣ୍ଣା ପ୍ରଧାନ ଏବଂ ଗ୍ରାମବାସୀ ସହଯୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ କୁ ସଚିବ ନବଘନ ଶତପଥୀ ଏବଂ ପ୍ରାନ୍ତୀୟ ସଂସ୍କାର ସଚିବ ସତ୍ୟବାଦୀ ଦାଶ ସଂଯୋଜନା କରିଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି,୧/୮/୨୦୨୧---- Sakhigopal News, 1/8/2021

Blog Archive

Popular Posts