ମହିଳାଙ୍କ ଉଲଗ୍ନ ଫଟୋ ଭାଇରାଲ କୁ ନେଇ ରଣପୁର ଥାନା ରେ ଅଭିଯୋଗ
ରଣପୁର ------ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଞ୍ଚଳ ରେ ଏକ ବିବାହିତା ମହିଳାଙ୍କ ଉଲଗ୍ନ ଫଟୋ ଭାଇରାଲ ହୋଇଛି । ଭାଇରାଲ୍ କରିଥିବା ଯୁବକ ସାମାଜିକ ଗଣମାଧ୍ୟମ ରେ ନିଜେ ଆତ୍ମହତ୍ୟା କରିବା କୁ ସୂଚନା ଦେଇଥିବା ଘଟଣା ୩ ଦିନ ହେଲା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଭାଇରାଲ୍ କରିଥିବା ଯୁବକ ଜଣଙ୍କ ନାମ ରେ ଗତ ଜୁଲାଇ ୩୧ ତାରିଖ ରାତ୍ର ରେ ଜଣେ ବିବାହିତା ମହିଳା ରଣପୁର ଥାନା ରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଏ ସର୍ମ୍ପକ ରେ ଏତଲା ହୋଇଥିବା କଥା କୁ ପୋଲିସ ସ୍ୱୀକାର କରିଥିଲେ ମଧ୍ୟ ତଦନ୍ତ ଚାଲୁଥିବାରୁ ଅଧିକ ତଥ୍ୟ ଦେବାକୁ ମନା କରିଛି । ଅଭିଯୁକ୍ତ ଯୁବକ ଏବେବି ଫେରାର ଥିବା ଜଣାପଡିଛି । ଘଟଣାଟି ସାମାଜିକ ଗଣମାଧ୍ୟମ ରେ ବେସ୍ ଚର୍ଚ୍ଚା ଚାଲିଛି ।
ରଣପୁର ରୁ ରାକେଶ ଚନ୍ଦ୍ର ପାଢ଼ୀ ଙ୍କ ରିପୋର୍ଟ ,୧/୮/୨୦୨୧-----୧୦,୧୫
Sakhigopal News,1/8/2021