Breaking News

ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ବୈଠକ


ଭଞ୍ଜନଗର---- ଭଞ୍ଜନଗର ଘୁମୁସର ବରିଷ୍ଠ ନାଗରିକ ମଞ୍ଚର  ବୈଠକ ଆଜି ପୂର୍ବାହ୍ନରେ ନାୟକ ଭବନ ସମ୍ମୁଖ ଷ୍ଟଡି ପଏଣ୍ଟ ଶ୍ରେଣୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।
ସଭାପତି ଶ୍ରୀଯୁକ୍ତ ସୋମନାଥ ନାୟକ ନୋଟାରୀ ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ସମ୍ପାଦକ ଶ୍ରୀ ରବୀନ୍ଦ୍ର ଆଚାର୍ଯ୍ୟ  କାର୍ଯ୍ୟକ୍ରମ  ସମ୍ପର୍କରେ ସୂଚନା ଦେଇଥିଲେ । ଦିବଂଗତ ସଦସ୍ୟ ପ୍ରାକ୍ତନ ଭଞ୍ଜନଗର ଜିଲ୍ଲା ଶିକ୍ଷାଧିକାରୀ ଦାମୋଦର ରାଉତଙ୍କ ବିୟୋଗରେ ଏକ ମିନଟ ନିରବ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।  ଏ ଭିତରେ ମଞ୍ଚର ଦାବି ପ୍ରକାରେ ଭଞ୍ଜନଗର ନୁଆଁ ବସଷ୍ଟାଣ୍ଡ ବହୁ ଡେରିରେ ହେଲେ ମଧ୍ୟ ବାହୁଡା ପୂର୍ବରୁ କାର୍ଯ୍ୟକ୍ଷମ ହୋଇଥିବାରୁ ମଞ୍ଚ  ତରଫରୁ ସନ୍ତୋଷ ପ୍ରକାଶ ପାଇଥିଲା । ଗଚ୍ଚିତ ପାଣ୍ଠିରୁ ଆବଶ୍ୟକ ଅର୍ଥ ବିନିଯୋଗ କରି ମଞ୍ଚକୁ ଏକ ଟ୍ରଷ୍ଟରେ  ପରିଣତ କରିବାକୁ ସର୍ବସମ୍ମତି କ୍ରମେ ସ୍ଥିର କରାଗଲା । ସିଏଚ ଵାଲା ଆଚାରୀ, ଦିଲୀପ କୁମାର ଦାସ, ଦିଲୀପ କୁମାର ବିଷୋୟୀ, ପି ବାବୁରାଓ ସୁବୁଦ୍ଧି, ଜେ ପଦ୍ମନାଭ ପାତ୍ର, ରାଧାଶ୍ୟାମ ଚୌଧୁରୀ, ତ ସୂର୍ଯ୍ୟ ନାରାୟଣ ପାତ୍ର, ପି ଶିବ ପ୍ରସାଦ ସୁବୁଦ୍ଧି, ଜେ ଲିଙ୍ଗରାଜ ପାତ୍ର, ସିଏଚ ନାଗେଶ୍ୱର ସୁବୁଦ୍ଧି, ଏ  ମଉଳି ରାଓ ଓ ସୂର୍ଯ୍ୟ ନାରାୟଣ ଜେନା ବାର ଜଣ  ସଦସ୍ୟଙ୍କୁ ପରିଚୟ ପତ୍ର ପ୍ରଦାନ କରାଗଲା ।
ସଭାପତି ଶ୍ରୀଯୁକ୍ତ ନାୟକ, ଉପଦେଷ୍ଟା ଡ. କମ୍ଭୁପାଣି ସାମନ୍ତ, ପ୍ରାକ୍ତନ ଅଧ୍ୟକ୍ଷ ଶିବରାମ ପଣ୍ଡା ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ପରିଚୟ ପତ୍ର ପ୍ରଦାନ କରି ସମ୍ପୃକ୍ତ ସଦସ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ । କଟକ ଭୁବନେଶ୍ୱର ଭଳି ଅନଲାଇନ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିବାକୁ ଦାବି କରାଯାଇଛି । ଆଗାମୀ ଅଗଷ୍ଟ ପନ୍ଦର ସ୍ୱାଧୀନତା ଦିବସ ନାୟକ ଭବନ ସମ୍ମୁଖରେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବୈଠକ ଶେଷରେ ଉପସ୍ଥିତ ସଦସ୍ୟ ତଥା ଷ୍ଟଡି ପଏଣ୍ଟ ର ଅଧ୍ୟକ୍ଷ ଓ ଛାତ୍ର ଛାତ୍ରୀ ମାନଙ୍କୁ କୋଷାଧ୍ୟକ୍ଷ୍ ବ୍ରଜଗୋପାଳ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ, ୧/୮/୨୦୨୧-----୯,୪୦ Sakhigopal News, 1/8/2021

Blog Archive

Popular Posts