Breaking News

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅନଲାଇନି ମାଧ୍ୟମରେ ଶିକ୍ଷା ପ୍ରଶିକ୍ଷଣ ଆରମ୍ଭ

 ଡେଲାଙ୍ଗ ------ଓଡିଶାରେ ସମସ୍ତ ଶିଶୁ ବିଦ୍ୟାମନ୍ଦୀରରେ ଆଚାର୍ଯ୍ୟ ଓ ଆଚାର୍ଯ୍ୟମାନଙ୍କର ଅନଲାଇନ ମାଧ୍ୟମରେ ପ୍ରଶିକ୍ଷଣ ଆରମ୍ଭ ହୋଇଯାଇଛି । କାର୍ଯ୍ୟକ୍ରମକୁ ସଂଗଠନ ମନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ମହାନ୍ତ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ ।ଏହି ମହାମାରୀ ସମୟରେ ଛାତ୍ରଛାତ୍ରୀ ମାନେ କିଭଳି ଅନଲାଇନ ମାଧ୍ୟମରେ ଶିକ୍ଷା ଗ୍ରହଣ କରିବା ସହିତ ସ୍ୱାସ୍ଥ୍ୟ ସଚେତନ ଓ ଜାତୀୟ ଶିକ୍ଷାନିତୀ ଉପରେ ଗୁରୁଜି ଗୁରୁମାନଙ୍କୁ ବୈଦ୍ଧିକ ପ୍ରଦାନ କରିଥିଲେ । ଶିକ୍ଷାବିକାଶ ସମିତି ଓଡିଶାଙ୍କ ନିର୍ଦ୍ଧାରିତ ନିୟମନୁସାରେ ଅନଲାଇନ ର ଜୁମ୍ ଆପ ମାଧ୍ୟମରେ ପ୍ରଶିକ୍ଷଣ ଆରମ୍ଭ କରାଯାଇଛି । ପ୍ରତ୍ୟକ ଦିବସକୁ ତିନୋଟି କ୍ଲାସରେ ବିଭାଜନ କରାଯାଇଥିଲା । ଗୁଗୁଲ ଫର୍ମର ପିଡିଏଫ,ବ୍ୟାନର ମେକର,ୟଟୁବ୍ ଲିଙ୍କ କିଙ୍ଗି ମାଷ୍ଟର ,ଇଣ୍ଡିକ୍ କି ବୋର୍ଡ ,ଗୁଗୁଲ ଡକୁମେଣ୍ଟ,ଗୁଗୁଲ ଡ୍ରାଇଭ୍‌,ଗୁଗୁଲ ଟ୍ରାନ୍ସଲେଟ ସହିତ ଆଦର୍ଶ କ୍ଲାସ ମାଧ୍ୟମରେ ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଇଛି । ପ୍ରଥମ ଗଟ୍ଟର ସଂଯୋଜନା ଦାୟିତ୍ୱରେ ପୁରୀ ବିଭାଗ ନିରିକ୍ଷକ ପ୍ରସନ୍ନ ମହାନ୍ତି  ଓ ଡେଲାଙ୍ଗ ଶିଶୁ ବିଦ୍ୟାମନ୍ଦିରର ପୁର୍ବତନ ସମ୍ପାଦକ କିଶୋର ପ୍ରଧାନ ,୨ୟ ଗଟ୍ଟର ପିପିଲି ପ୍ରଧାନ ଆଚାର୍ଯ୍ୟ ନେତ୍ରାନନ୍ଦ ଜେନା ଏବଂ ୩ୟ ଗଟ୍ଟର ଖେଲାଉର ପ୍ରଧାନଚାର୍ଯ୍ୟ ଦେବ କୁମାର ମିଶ୍ର ସହ ଲକ୍ଷ୍ମିପ୍ରିୟା ବେହେରା ,ନଳିନିକାନ୍ତ ସାହୁ,ଜୟନ୍ତି ମିଶ୍ର ସୁଶ୍ରୀ ରିନାମଣି ତାଡ,ସିଗ୍ଧା ମିଶ୍ର ,ଶ୍ରୀବାଣୀ ସ୍ୱାଇଁ,ଅଙ୍କିତା ପ୍ରୟଦର୍ଶନି ପ୍ରମଖ ଗୁରୁଜୀ ଓ ଗୁରୁମାନେ ପ୍ରଶିକ୍ଷକଭାବେ ରହିଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୫/୬/୨୦୨୧----୧୦,୪୦ Sakhigopal News, 5/6/2021

Blog Archive

Popular Posts