ସତ୍ୟବାଦୀରେ ପୁଣି ବଦଳିଲା ଟୀକା କରଣ କେନ୍ଦ୍ର
ସାକ୍ଷୀଗୋପାଳ ---- ସତ୍ୟବାଦୀରେ ପ୍ରଶାସନ ପକ୍ଷରୁ ଟୀକା କରଣ କେନ୍ଦ୍ର ପୁଣି ପରିବର୍ତ୍ତନ କରାଯାଇଛି । ରବିବାର ଦିନ ୭ ଶହ ଜଣଙ୍କୁ ଚାରେଟି ସ୍ଥାନରେ ଟୀକା କରଣ କରାଯିବା ପାଇଁ ସ୍ଥିର କରାଯାଇଛି । ୪୫ ବର୍ଷରୁ ଅଧିକ ବ୍ୟକ୍ତି ମାନଙ୍କ ପାଇଁ ପ୍ରଥମ ଡୋଜ ଟୀକା ପ୍ରଦାନ କରାଯାଉଛି । ନିଜର ବୟସ ପ୍ରମାଣପତ୍ର ସାଙ୍ଗରେ ଆଣିବ ସହ ନିଶ୍ଚିତ ମାସ୍କ ଲଗାଇବାସହ ସାମଜିକ ଦୂରତା ରକ୍ଷା କରିବା ବାଞ୍ଚନୀୟ । ଲୋକମାନଙ୍କ ସୁବିଧା ଦୃଷ୍ଟିରୁ ବିଭିନ୍ନ ଗ୍ରାମ ପଞ୍ଚାୟତରେ ଟୀକା କେନ୍ଦ୍ର କରାଯାଉଛି । ପରହାଟ ପ୍ରାଇମେରୀ ବିଦ୍ୟାଳୟ ପରିସରରେ ୨୦୦ ଜଣଙ୍କୁ ଦିଆଯିବା ପାଇଁ ସ୍ଥିର ହୋଇଥିବା ବେଳେ ବିରାମଚନ୍ଦ୍ରପୁର ୟୁପି ସ୍କୁଲରେ୨୦୦ , ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସାକ୍ଷୀଗୋପାଳରେ ୧୦୦ ଶହ ଜଣ ଓ ପାରକେଣା ୟୁ, ଜି, ଏମ. ଇ ସ୍କୁଲ ୨୦୦ ଜଣଙ୍କୁ ଟୀକା ପ୍ରଦାନ କରାଯିବା ପାଇଁ ନିସ୍ପତି ହୋଇଥିବା ବ୍ଳକ ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୬/୨୦୨୧---୧୦,୪୦ Sakhigopal News, 5/6/2021