Breaking News

ବିଶ୍ୱ ପରିବେଶ ଦିବସରେ ବୃକ୍ଷ ରୋପଣ ଓ ସଚେତନତାର ବାର୍ତ୍ତା


 ସାକ୍ଷୀଗୋପାଳ -----   ପୁରୀ ଜିଲ୍ଲା ଅନ୍ତର୍ଗତ ଚନ୍ଦନପୁର ସ୍ଥିତ ଜଳକବର ଗ୍ରାମର ଡ, ଶନ୍ତିଲତା ଅଧିକାରୀ ଜଣେ ସ୍ୱେଚ୍ଛାସେବୀ ମହିଳା ଭାବେ ବେଶ ପରିଚିତ । ବିଶ୍ୱ ପରିବେଶ ଦିବସରେ ନିଜେ  ଓ ନିଜର ପରିବାର, ପଡୋଶୀ ମାନଙ୍କୁ ଧରି ବୃକ୍ଷ ରୋପଣ କରିଛନ୍ତି । ଗ୍ରାମବାସୀଙ୍କୁ ବିଶ୍ୱ ପରିବେଶ ଦିନରେ ବୃକ୍ଷ ର ଉପକାରିତା ସମ୍ପର୍କରେ  ଆଲେଚନା କରିଥିଲେ  । ଏପରିକି ବୃକ୍ଷ ଟିଏ ଲଗାନ୍ତୁ ଜୀବନ ଟିଏ ବଞ୍ଚାନ୍ତୁ ବୋଲି ପ୍ରଚାର ପତ୍ର ମାଧ୍ୟମରେ ସଚେତନତା କରାଇଥିଲେ । ଆଜିର ଦିନରେ ପୃଥିବୀ ସନ୍ତୁଳନ ହରାଇ ବସିଲାଣି । ତାର ପରିଣାମ ଆମକୁ ଭୋଗିବାକୁ ପଡୁଛି ବୋଲି ଏବେ କିଛି କିଛି ଲୋକମାନେ ବୁଝିଲେଣି । ତଥାପି ଅଯଥାରେ ଲୋକମାନେ ଗଛ କାଟି ଚାଲିଛନ୍ତି । ଡ. ଅଧିକାରୀ ନିଜ ବାରିରେ ଲେମ୍ବୁ, ଶ୍ୱେତ ଅରଖ, ଚମ୍ପା, ଦୟଣା ଓ ମରୁଆ ଚାରା ରୋପଣ କରିଥିଲେ । ଗ୍ରାମ ଦାଣ୍ଡରେ ବୃକ୍ଷ ରୋପଣ କରାଯିବା ସମୟରେ ୱାଡସଭ୍ୟ ରଜନୀ ମଲିକ, ପୁର୍ବତନ ୱାର୍ଡ ସଭ୍ୟ କୃଷ୍ଣଚନ୍ଦ୍ର ପ୍ରଧାନ ଓ ସ୍ମିତା ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୬/୨୦୨୧---୧୦,୨୫  Sakhigopal News, 5/6/2021

Blog Archive

Popular Posts