ବିଶ୍ବ ପରିବେଶ ଦିବସ ରେ ବୃକ୍ଷ ରୋପଣ
କନ୍ଧମାଳ ------ ଭାରତ ରେ ପ୍ରତିପ୍ରତ୍ୟକ ଲୋକ ଅତି କମ୍ ରେ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରି ତାର ସଠିକ୍ ଯତ୍ନ ନିଅନ୍ତି ତେବେ ୧୩୩କୋଟି ଜନ ସଂଖ୍ୟା ବିଶିଷ୍ଟ ଭାରତରେ ଅମ୍ଳଜାନ ର ଅଭାବ କେବେବି କୋଉଁଠି ବି ସୃଷ୍ଠି ହୁଅନ୍ତା ନାହିଁ। ବିଶ୍ଵ ପରିବେଶ ଦିବସ -୨୦୨୧ ପାଳନ ଅବସରରେ ୟୁଥ୍ ଅଫ କନ୍ଧମାଳ , ଜିଲ୍ଲା ଇ ପାଠାଗାର ଆନୁକୁଲ୍ୟରେ ସମ୍ମାନିତ ଅତିଥି ଶ୍ରୀ ବିରେନ୍ଦ୍ର କୁମାର ଦାସ (ପ୍ରକଳ୍ପ ପ୍ରଶାସକ,ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା,ଫୁଲବାଣୀ) ଓ ଡଃ ଅଞ୍ଜଳି ପ୍ରିୟା ସିଂ , ଅଧକ୍ଷା ନିଃଶ୍ୱାସ ମହାବିଦ୍ୟାଳୟ ଯୋଗଦେଇଥିଲେ । କୃଷ୍ଣଚୂଡ଼ା, ରାଧାଚୁଡ଼ା, ରକ୍ତ ଚନ୍ଦନ, ସ୍ଵର୍ଣ୍ଣ ଚମ୍ପା ଆଦି ଅନେକ ଉପାଦେୟ ବୃକ୍ଷ ରୋପଣ କରାଯାଇଥିଲା , ଉକ୍ତ କାର୍ଯକ୍ରମ ରେ ଶ୍ରୀ ଦାସ ସମସ୍ତ କର୍ମକର୍ତ୍ତା ଙ୍କୁ ଉତ୍ସାହିତ କରିବା ସହ ପୁସ୍ତକ ଓ ପରିବେଶ ର ଉପାଦେୟତା ସମ୍ପର୍କ ରେ ଆଲୋଚନା କରିଥିଲେ । ତତ୍ ସହିତ ନିକଟ ଭବିଷ୍ୟତରେ ୨୦୦ ରୁ ଅଧିକ ବୃ୍ଷରୋପଣ କରି କିଛି କଂକ୍ରିଟ ଜଙ୍ଗଲ କୁ ସବୁଜିମା ରେ ଭରିବା ଆଶା ପରିପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ସମେତ ୟୁଥ୍ ଅଫ କନ୍ଧମାଳ ର ସଭାପତି ଅଂଶୁମାନ ପ୍ରିୟଦର୍ଶନ, ବୈଶାଳୀ ପଟ୍ଟନାୟକ, ସୌମ୍ୟଜିତ୍ ତ୍ରିପାଠୀ ଇତ୍ୟାଦି ଓ ଇ- ପାଠାଗାର ଲାଇବ୍ରେରୀୟାନ ସୂର୍ଯ୍ୟମଣି ଦାସ, ସହକାରୀ ଲାଇବ୍ରେରୀୟାନ ଶିବ ସୁନ୍ଦର ସାହୁ ପ୍ରମୁଖ ସହଯୋଗ କରିଥିଲେ।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡା,୫/୬/୨୦୨୧----୩,୪୦ Sakhigopal News,5/6/2021