ତାରସିଂ ପୁଲିସ ପକ୍ଷରୁ ସେଛାକୃତ ରକ୍ତଦାନ ଶିବିର ; ୫୬ ୟୁନିଟ ରକ୍ତ ସଂଗ୍ରହ
ଭଞ୍ଜନଗର--ଦିନକୁ ଦିନ ଭଞ୍ଜନଗର ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖା ଦେବାରୁ ବିଭିନ୍ନ ସ୍ଥାନରୁ ଭଞ୍ଜନଗର ଡାକ୍ତରଖାନାକୁ ରକ୍ତହିନତା ରୋଗୀ ଆସି ଚିକିତ୍ସା ହେଉଥିବା ବେଳେ ରକ୍ତ ନମିଳିବାରୁ ବହୁ ରୋଗୀଙ୍କର ମୁତ୍ୟ ମୁଖରେ ପଡୁଛନ୍ତି । ଏହାକୁ ରୋକିବା ପାଇଁ ପୁଲିସ ପ୍ରଶାସନ ତରଫରୁ ସେଛାକୁତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ଗଞ୍ଜାମ ଜିଲ୍ଲା ତାରସିଂ ଥାନା ପରିସରେ । ଏହି ସେଛାକୁତ ରକ୍ତଦାନ ଶିବିରରେ ୫୬ଜଣ ସେଛାକୁତ ରକ୍ତଦାତା ରକ୍ତଦାନ କରିଥିବାରୁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷୀକ ଶୁଭ୍ରାଂଶୁ ଶେଖର ମିଶ୍ର ପ୍ରସଂଶା କରିଥିବା ବେଳେ ରକ୍ତଦାନ କରିଥିବା ସେଛାକୁତ ଯୁବକ ଓ ଯୁବତୀ ମାନକୁ ମାନପତ୍ର ପ୍ରଧାନ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଜଗନ୍ନାଥପ୍ରସାଦ ଗୋଷ୍ଠି ଉନ୍ନୟନ ଅଧିକାରୀ ଅନୁପ କୁମାର ପଣ୍ଡା ପ୍ରଦୀପ ପ୍ରଜ୍ବଳନ କରି ଶିବିରକୁ ଉଦଘାଟନ କରିଥିଲେ । ଉପଖଣ୍ଡ ଆରକ୍ଷୀ ଅଧିକ୍ଷୀକ ଶୁଭ୍ରାଂଶୁ ଶେଖର ମିଶ୍ର,ଜଗନ୍ନାଥପ୍ରସାଦ କନ୍ଧମାଳ ସାସଂଦ ବିପ୍ରଚରଣ ବାରିକ,ବ୍ଲକ ଉପାଧ୍ୟକ୍ଷ ହିମାଂଶୁ ବାରିକ,ଭଞ୍ଜନଗର ବ୍ଲକର ଦେମୁହାଣୀ ପଞ୍ଚାୟତର ଯୁବ ସଂଗଠକ ରାଜା ସାହୁ ଅତିଥିଭାବେ ଯୋଗଦେଇ କରେନା କାଳରେ ଜନସାଧାରଣଙ୍କୁ ସହଯୋଗ କରିବା ଦିଗରେ ଏଭଳି ଶିବିର ଆୟୋଜନ କରିଥିବା ଅନ୍ୟ ମାନଙ୍କ ପାଇଁପ୍ରେରଣାର ଉତ୍ସର୍ଗୀକୃତ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଥାନା ଅଧିକାରୀ ପ୍ରଦିପ୍ର କୁମାର ଦାଶଙ୍କ ନେତୃତରେ ଅନୁଷ୍ଠିତ ହୋଇଥିଲା । ଏଏସଆଇ ବସନ୍ତ କୁମାର ମିଶ୍ର, ଗାଲେରୀ ଫାଣ୍ଡି ଅଧିକାରୀ ଚନ୍ଦ୍ରଶେଖର ବେହେରା,ଏଏସ୍ଆଇ ଉଦୟ ନାଥ ସାହୁ, ତାରସିଂ ସରପଞ୍ଚ ପ୍ରତିନିଧି ଜିତୁ ପ୍ରଧାନ,କାେକଳବା ସରପଞ୍ଚ ନିର୍ମଳ ଚନ୍ଦ୍ର ନାୟକ,ଲେମ୍ଭେଇ ସରପଞ୍ଚ ହାଡୁବନ୍ଧୁ ପ୍ରଧାନସମେତ ସମସ୍ତ ପୁଲିସ କର୍ମଚାରୀ ଓ ସରପଞ୍ଚ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିବା ବେଳେ ଭଞ୍ଜନଗର ରକ୍ତ ଭଣ୍ଡାରର କର୍ମଚାରୀ ରକ୍ତ ସଂଗ୍ରହ କରିବାରେ ସହଯୋଗ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ , ୬/୬/୨୦୨୧-----୧୦,୧୫ Sakhigopal News, 6/6/2021