ହାଇୱା ଟ୍ରକ ଧକ୍କାରେ ତିନି ମୃତ୍ୟୁ , ଜଣେ ଆହତ
ଭେଡେନ ----- ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ବୈପୁର ଗ୍ରାମ ର ଚାରି ଜଣ ଯୁବକ ଝିଅ ଦେଖିବାକୁ ସୋନପୁର ଜିଲ୍ଲା ବିନକା ନିକଟସ୍ଥ ବଲାରଂଗା ଗ୍ରାମ କୁ ଯାଇଥିଲେ । ଅପରାହ୍ନରେ ଫେରିବା ସମୟରେ ଅରିଗାଁ ଛକ ଠାରେ ପାଣି ପିଇବାକୁ ଅଟକି ଥିଲେ ।ଏହି ସମୟରେ ଏକ ହାଇୱା ଟ୍ରକ ଧକ୍କାରେ ଦୁଇ ଜଣ ଗୌର ମାଝୀ, ମାୟାଧର ବାରିକ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ଜଣେ ଗୋବିନ୍ଦ ବଗର୍ତ୍ତୀ ବିନକା ଡାକ୍ତରଖାନା ରେ ମୃତ୍ୟୁ ଘଟିଥିବା ବେଳେ ବରୁଣ ଭୁଏ ଗୁରୁତର ଥିବାରୁ ସୋନପୁର ଜିଲ୍ଲାରେ ମୁଖ୍ଯ ଡାକ୍ତରଖାନା ନିଆଯାଇଛି। ଆଜି ସକାଳେ ବିନକା ଠାରେ ଶବ ବ୍ୟବଚ୍ଛେଦ ପରେ ବୈପୁର ଗ୍ରାମ କୁ ତିନି ଜଣଙ୍କ ମୃତ ଶରୀର ପହଞ୍ଚିବା ପରେ ଗ୍ରାମର ବହୁ ସଂଖ୍ୟାରେ ମହିଳା, ପୁରୁଷ ଓ ଆବାଳବୃଦ୍ଧ ବନିତା ଙ୍କ ଅଶ୍ରୁଳ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।
ପୂର୍ବତନ ମନ୍ତ୍ରୀ ତଥା ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ସମୀର ଦେହେରୀ, ମାନପୁର ସରପଞ୍ଚ ଶୁରୁବାବୁ ମାଝୀ, ଗଣେଶ କର୍ଣ୍ଣ, ପ୍ରେମରାଜ ଦେହେରୀ, ରବି ନାରାୟଣ ପାଣିଗ୍ରାହୀ, ବହୁ ବହୁମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ମର ଶରୀର ଉପରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ।ବିଧାୟିକା ଛୁରିଆ ଶୋକ ସନ୍ତପ୍ତ ପରିବାର ବର୍ଗ ପ୍ରତି ସମବେଦନା ଜ୍ଞାପନ କରିଥିଲେ। ଏହା ପରେ ନିକଟସ୍ଥ ଝାଉଁଜୋର ନଦୀ କୂଳରେ ତିନି ଜଣଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ, ୬/୬/୨୦୨୧। Sakhigopal News,6/6/2021