Breaking News

ବିନା ଭକ୍ତରେ ସାକ୍ଷୀଗୋପିନାଥ ଠାକୁରଙ୍କର ଚନ୍ଦନ ଯାତ୍ରା



 ସାକ୍ଷୀଗୋପାଳ ------  ରାଜ୍ୟରେ ମହାମାରୀ କରୋନା ଯୋଗୁ  ଲକଡାଉନ ଓ ସଟଡାଉନ ଜାରି ରହିଛି । ସାକ୍ଷୀଗୋପାଳ ଚନ୍ଦନପୋଖରୀ ଚତୁପାଶ୍ୱର୍ରେ ସତ୍ୟବାଦୀ 

 ପ୍ରଶାସନ ପକ୍ଷରୁ ୧୪୪ ଜାରି କରାଯାଇଛି । ସାକ୍ଷୀଗୋପିନାଥ ଦେବଙ୍କର ଚନ୍ଦନଯାତ୍ର  ଗୁରୁବାର ଦିନ  ବିନା ଭକ୍ତରେ ଶେଷ ହୋଇଯାଇଛି ।  ସାକ୍ଷୀଗୋପିନାଥଙ୍କର ଚଳନ୍ତି ପ୍ରତିମା ମଦନ ମୋହନ ଓ ମା ରାଧାଦେବୀ  ୨୧ଦିନ ଧରି ନାମସଂକୀର୍ତ୍ତନ ସହ ଘଣ୍ଟ, ଘଣ୍ଟା, କାହାଳୀ, ତେଲିଙ୍ଗିବାଜା ସହ ଛତି, ତ୍ରାସ ବୈରଖ, ଆଲଟ, ଚାମର ସହିତ  ବିମାନରେ ଚନ୍ଦନ ମଣ୍ଡପକୁ ବିଜେ କରିଥାନ୍ତି । ଚନ୍ଦନଯାତ୍ରା ବା ଭଉଁରି ଦିନ ଫୁଲ ମାଳରେ ସଜ୍ଜିତ ହୋଇ ରହିଥିବା  ଡଙ୍ଗାକୁ ସେବାୟତ ମାନେ ମହାପ୍ରଭୁଙ୍କୁ ବିଜେ କରାଇଥିଲେ । ସାକ୍ଷୀଗୋପିନାଥ ମନ୍ଦିରରେ  ଭଉଁରି ଦିନରେ ସ୍ୱତନ୍ତ ଚାପନୀତି କରାଯାଇଥିଲା । ଦ୍ୱିପହର ଧୂପରେ ୨୧ ହାଣ୍ଡି କ୍ଷୀର, ଛେନା, କଦଳୀ, ମସଲା ଦ୍ୱରା ପ୍ରସ୍ତୁତ ପଣା ଭୋଗ କରାଯାଇଥିଲା  ।  ପ୍ରତିଦିନ ଦିନ ଗୋଟିଏ ଘେରା ଚନ୍ଦନପୋଖରୀରେ ଚାପ ଖେଳ ଅନୁଷ୍ଠିତ ହେଉଥିବା ବେଳେ ଭଉଁରି ଦିନ  ତିନିଥର ବୁଲିବା ସହ ପ୍ରତିକୋଣରେ ସାତଘେରା  ଚାପହୋଇଥିଲା । ଚାପ ଖେଳ ସରିବା ପରେ  ସେବକ ମାନେ ଚନ୍ଦନମଣ୍ଡପରେ ପ୍ରସ୍ତୁତ ହୋଇ ରହିଥିବା ସୁବାସିତ ଜଳପୂର୍ଣ୍ଣ ଚନ୍ଦନକୁଣ୍ଡରେ ଠାକୁରଙ୍କୁ ବିଜେ କରାଇଥିଲେ । ରାତିରେ ଚନ୍ଦନ କୁଣ୍ଡରୁ ଠାକୁରଙ୍କୁ  ସିଂହାସନକୁ ଆସିବା  ପରେ ଠାକୁରଙ୍କ ନୀତିକାନ୍ତି ହେବା ସହ ଜାତଭୋଗ ଅନୁଷ୍ଠିତ ହୋଇଥିଲା ।  ପରେ  ଚନ୍ଦନ ମଣ୍ଡପରେ  ଗୋଟି ପୁଅ ନୃତ୍ୟୁ ପରିବେଷଣ କରାଯାଇଥିଲା । ରାତିରେ ପୁନର୍ବାର ଠାକୁରଙ୍କର ସେହିପରି ଚନ୍ଦନ ପୋଖରୀୋର ୭ଘେରା ୨୧ ଭଉଁରୀ ଚାପ କରାଯାଇ ଆତସବାଜି ମରାଯାଇଥିଲା ।  ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଚନ୍ଦନ ମଣ୍ଡପ, ଯାଗାଘର, ମନ୍ଦିର କାର୍ଯ୍ୟାଳୟ ଓ ଚନ୍ଦନ ପୁଷ୍କରଣୀ  ରଙ୍ଗବେରଙ୍ଗ ଆଲୋକ ମାନାରେ ସୁସଜିତ ହୋଇଥିଲା ।  



ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୯/୨୦୨୧ ----୮,୧୫ 

 Sakhigopal News, 3/6/2021

Blog Archive

Popular Posts