Breaking News

ସତ୍ୟବାଦୀରେ ପୁଣି ବଦଳିଲା ଟୀକା କରଣ କେନ୍ଦ୍ର


  ସାକ୍ଷୀଗୋପାଳ ---- ସତ୍ୟବାଦୀ ପ୍ରଶାସନ ପକ୍ଷରୁ  ଟୀକା କରଣ କେନ୍ଦ୍ର ପୁଣି ବଦଲା ଯାଇଛି । ଶୁକ୍ରବାର ଦିନ ୫ଶହ ଜଣଙ୍କୁ ଚାରେଟି ସ୍ଥାନରେ ଟୀକା କରଣ କରାଯିବା ପାଇଁ ସ୍ଥିର କରାଯାଇଛି ।  ୪୫ ବର୍ଷରୁ ଅଧିକ ବ୍ୟକ୍ତି ମାନଙ୍କ ପାଇଁ ପ୍ରଥମ ଡୋଜ ଟୀକା ପ୍ରଦାନ କରାଯାଉଛି । ଲୋକମାନଙ୍କ ସୁବିଧା ଦୃଷ୍ଟିରୁ ବିଭିନ୍ନ ଗ୍ରାମ ପଞ୍ଚାୟତରେ ଟୀକା କେନ୍ଦ୍ର କରାଯାଉଛି ।  ବଳରାମପୁରଗଡ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ୧୫୦ ଜଣଙ୍କୁ ଦିଆଯିବା ପାଇଁ ସ୍ଥିର ହୋଇଥିବା ବେଳେ ଶୁକଳ କେନ୍ଦ୍ରୀୟ ପ୍ରାଥମିକ ବିଦ୍ୟାଳୟରେ ୧ଶହ ଜଣ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସାକ୍ଷୀଗୋପାଳରେ ୧ଶହ ଜଣ ଓ ସାରଙ୍ଗଯୋଡି ୟୁଜିଏମଇ ବିଦ୍ୟାଳୟ ପରିସରରେ ୧୫୦ ଜଣଙ୍କୁ ଟୀକା ପ୍ରଦାନ କରାଯିବା ପାଇଁ ନିସ୍ପତି ହୋଇଥିବା ବ୍ଳକ ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ଠାରୁ ସୁଚନା ମିଳିଛି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୯/୨୦୨୧ 

 Sakhigopal News, 3/6/2021

Blog Archive

Popular Posts