କରୋନା ଯୋଦ୍ଧା ମାନଙ୍କୁ ଉତ୍ସାହିତ କରୁଛନ୍ତି ; ଦୁର୍ଗା ମହାପାତ୍ର
ସାକ୍ଷୀଗୋପାଳ ------ଆଜିର ଦିନରେ ଏପରି ମଣିଷ ଅଛନ୍ତି ନିଜେ କିଛି କରି ନ ପାରିଲେ ମଧ୍ୟ ସେମାନଙ୍କ ସହଯୋଗ ଓ ସାହାର୍ଯ୍ୟରେ ବହୁ କିଛି ହୋଇ ପାରୁଛି । ରାଜ୍ୟରେ ଦୁତୀୟ ଲହର କରୋନା ଯୋଗୁ ଜନସାଧାରଣଙ୍କ ଠାରୁ ସରକାର ଏବେ ଚିନ୍ତାରେ । କରୋନା ଏବେ ଗ୍ରାମଭିମୁଖୀ ହୋଇପଡିଛି । ଯଦିବା ସଂକ୍ରମଣଙ୍କ ସଂଖ୍ୟା କମିଛି ମାତ୍ର ମୃତ୍ୟୁ ହାର କମିନାହିଁ । ଏପରି ପରିସ୍ଥିତିରେ ଜଣେ ଯୁବକ ନିଜର କମ୍ପାନୀର ଲାଭ ଧନରେ ବିଭିନ୍ନ ସ୍ୱେଚ୍ଚାସେବୀ ମାନଙ୍କୁ ମାଗଣାରେ ହଜାର ହଜାର ଲିଟର ସାନିଟାଇଜର ବଣ୍ଟନ କରି ଚାଲିଛନ୍ତି । କରୋନା ଯୋଦ୍ଧା ମାନଙ୍କୁ ସେ ଉତ୍ସାହିତ କରି ବେଶ ଖୁସି ଅଛନ୍ତି । ନିଜେ କରୋନା ଯୋଦ୍ଧା ଭାବେ କାର୍ଯ୍ୟନ କରିଲେ ମଧ୍ୟ ଅନ୍ୟ ମାନଙ୍କ ଦ୍ୱାରା କିଛି ସେବା କରି ନିଜକୁ ସନ୍ତୋଷ ଆଣିଛନ୍ତି । ସେ ହେଉଛନ୍ତି ପୁରୀ ଜିଲ୍ଲାର ଚନ୍ଦନପୁର ଥାନା ଅନ୍ତର୍ଗତ ବୀରନରସିଂହପୁର ଗ୍ରାମର ଦୁର୍ଗା ମହାପାତ୍ର । ସେ କେବଳ ସାନିଟାଇଜର ବଣ୍ଟନ କରୁନାହାନ୍ତି ଯେଉଁ ପରିବାରର ସମସ୍ତେ କରୋନାରେ ଆକ୍ରାନ୍ତ ସେହି ପରିବାରଙ୍କୁ ଦୁଇବେଳା ଖାଦ୍ୟ ଯୋଗାଇ ଦେଉଛନ୍ତି । ଏହା ସହିତ ଗରିବ ଅସହାୟ ଲୋକମାନଙ୍କୁ କରୋନା ସଚେତନତା କରାଇବା ସହ ସାନିଟାଇଜର, ମାସ୍କ, ସାବୁନ, ବିସ୍କୁଟ ଆଦି ସମାଗ୍ରୀ ବିତରଣ କରି ଚାଳିଛନ୍ତି । ପ୍ରତିଦିନ କିଛି ପରିବାରଙ୍କୁ ଏ ଅସମୟ ସମୟରେ ସେମାନଙ୍କ ପାଖରେ ଠିଆ ହେଉଛନ୍ତି ଭଗବାନଙ୍କ ସଦୃଶ ପରି । ସବୁଠାରୁ ବଡ କଥା ବାଲାଜି ‘ଫର୍ମା ନାମରେ ଏକ ମେଡିସିନ କମ୍ପାନୀ ରହିଛି । ସେଥିରେ ଶ୍ରୀ ମହାପାତ୍ର ଓଡିଶାର ମୁଖ୍ୟ ପରିଚାଳକ ଭାବେ ରହିଛନ୍ତି । ଏଥିରେ ୭୦ ଜଣ ଯୁବକ ଯୁବତୀ ନିଯୁକ୍ତି ରହିଛନ୍ତି । କରୋନା ସମୟରେ ସେ କର୍ମଚାରୀ ମାନଙ୍କର ଦରମା ବଡାଇ କର୍ମଚାରୀ ମାନଙ୍କ ମଧ୍ୟରେ ସେ ବେଶ ପ୍ରଶାଂସର ପାତ୍ର ହୋଇ ପାରିଛନ୍ତି । । ଶ୍ରୀ ମହାପାତ୍ର ପଲଟିକାଲସର୍କସ କରି ବେଶ ପରିଚିତ । ପରେ ପରେ ସେ ଫୁଲ ପଲଟିସ ଓ ବୋବାଲ ପଲିଟିସି ସହିତ ଦେଖେ ଭାଇ ଦେଖେ କମେଡି ସିରିଏଲ କରି ବେଶ ଓଡିଶାରେ ପରିଚିତ । ଏବେ ତାଙ୍କର ଲକ୍ଷ୍ୟ ରହିଛି ପୁରୀ ଜିଲ୍ଲାରେ ୫୦ ଗୋଟି ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦେବାପାଇଁ ଶ୍ରୀ ମହାପାତ୍ରଙ୍କର ଲକ୍ଷ୍ୟ ବୋଲି କହିଛନ୍ତି । ଯେଉଁ ଗ୍ରାମରେ ସଂଖ୍ୟାଧିକ କରୋନା ପଜେଟିଭି ବାହାରୁଛନ୍ତି ଉକ୍ତ ଗ୍ରାମର ସ୍ୱେଚ୍ଚାସେବୀ ମାନେ କରୋନାକୁ ଗ୍ରାମକୁ ହଟାଇବା ପାଇଁ ପ୍ରଥମେ ଗ୍ରାମକୁ ସାନିଟାଇଜର କରିବା ଜରୁରୀ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୬/୨୦୨୧--୮,୩୦
Sakhigopal News 3/6/2021