Breaking News

ଦଶାହ ଅବସରରେ ଶ୍ରଦ୍ଧାଞ୍ଜଳି ସଭା


 ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକର ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀଙ୍କ ଧର୍ମପତ୍ନୀ ଉର୍ମିଳା ତ୍ରିପାଠୀ କରୋନାରେ ଆକ୍ରାନ୍ତ ହୋଇ ୩ ତାରିଖରେ ମୃତ୍ୟୁ ବରଣ କରିଥିଲେ । ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଆଭା ଅନୁଷ୍ଠାନରସଭାପତି ସୁଧୀର ଦାଶ, ସମ୍ପାଦକ ଦୁର୍ଯ୍ୟେଧନ ପରିଡା, ସହ ସମ୍ପାଦକ ବାଲୁଙ୍ଖେଶ୍ୱର ପରିଡା, ଡେଲାଙ୍ଗ ବରିଷ୍ଠ ନାଗରିକ କମିଟିର ସମ୍ପାଦକ ଡ. କ୍ଷେତ୍ରବାସୀ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।  କୋଭିଡ ଆଇନ ଅନୁଯାୟୀ ଦଶାହରେ ଡେଲାଙ୍ଗ ଷ୍ଟେସନସ୍ଥିତ ଡଁପୁର ସ୍ଥିତ ଆଭାରେ ଥିବା ଅନ୍ତୋବାସୀ ମାନଙ୍କୁ  ପରିବାର ପକ୍ଷରୁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା । ସେହିପରି ଡେଲାଙ୍ଗ ପ୍ରେସ କ୍ଳବ ପକ୍ଷରୁ ଅମର ଆତ୍ମାର ସଦଗତି କାମନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୨/୬/୨୦୨୧---୬,୫୫   Sakhigopal News, 12/6/2021

Blog Archive

Popular Posts