Breaking News

ଧାନ କିଣ ନ ହେଲେ ୧୬ ତାରିଖ ଠାରୁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ପଟ୍ଟନାୟକିଆ - ଡେଲାଙ୍ଗ ରାସ୍ତା ରୋକ ହେବ ବୋଲି ଚେତାବନୀ ଦେଲେ କୃଷକ


 ଡେଲାଙ୍ଗ --------ଡେଲାଙ୍ଗ ବ୍ଳକରେ ଯୋଗାଣ ବିଭାଗର ଅପରାଗତ ହାଟରେ ପଡି ବାଟରେ ଗଡିଛି । ଗୋଟିଏ ପଟେ ବ୍ଳକ ଯୋଗାଣ ବିଭାଗ ଅଧିକାରିଣୀଙ୍କ ମିଲର ମାନଙ୍କ ସହ ସଲାସୁତରା ଯୋଗୁ ଡେଲାଙ୍ଗ ବ୍ଳକର ଚାଷୀ ମାନେ ସରକାରୀ ମଣ୍ଡିରେ ଧାନ ବିକୟରୁ ବଞ୍ଚିତ ହେଲେ । ଅନ୍ୟ ପକ୍ଷେ ମିଲର ମାନେ ସେମାନଙ୍କୁ ଦିଆଯାଇଥିବା ଟ୍ରାଗେଟ ଶେଷ ହେବା ଉପରେ । ସେମାନେ ଧାନ ଚାଷୀଙ୍କ ଠାରୁ ନ କିଣି କେବଳ କାଗଜ ପତ୍ରରେ ଧାନକିଣା ଶେଷ ହେବା ଉପରେ ବସିଥିବା ବିଶେଷ ସୁତ୍ରରୁ ଜଣାପଡିଛି । ପ୍ରଥମେ ବେରବୋଇ ଗ୍ରାମ ପଞ୍ଚାୟତର ଜାଡମଲ୍ଲ ସେବା ସମବାୟ ସମିତି ପରେ ପରେ ଚନ୍ଦ୍ରକୋଟ ଓ ବୀରମକୁନ୍ଦପୁର ସେବା ସମବାୟ ଅଧିନରେ ଥିବା ଚାଷୀ ମାନେ ଆନ୍ଦୋଳନ କରିଥିଲେ । ଏବେ ପ୍ରଗତୀ ସେବା ସମବାୟ ସମିତି ଓ ଡେଲାଙ୍ଗ କୋଠ ବାଡ ପଞ୍ଚାୟତର ଅନେକ ଚାଷୀ ମାନେ ସେମାନଙ୍କଠାରୁ ଧାନ ସରକାରୀଦରରେ ଧାନ ନ କିଣିଲେ ୧୬ ତାରଖ ଠାରୁ ଧାନ କିଣା ହେବା ପର୍ଯ୍ୟନ୍ତ ରାସ୍ତା ରୋକ କରିବେ ବୋଲି ଡେଲାଙ୍ଗ ତହସିଲଦାର ଓ ଥାନା ଆଇଆଇସିଙ୍କୁ ଲିଖିତ ଭାବେ ଜଣାଇଥିବା ଜଣାପଡିଛି । ଚାଷୀ ମାନଙ୍କର ଗୋଟିଏ ଦାବୀ ରବି ରୁତରେ ଧାନ ବିକିବା ପାଇଁ ଚାଷୀ ମାନେ ନାମ ପଞ୍ଜିକରଣ କରିଛନ୍ତି । ସେମାନଙ୍କୁ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଧାନ ବିକ୍ରୟ ପାଇଁ ଟୋକେନ ମିଳିଛି । ମାତ୍ର ମିଲର ଆସୁନାହାନ୍ତି କି ସମବାୟ ସମିତରେ ଧାନ ମଣ୍ଡି ଖୋଲୁନାହିଁ ଏହାର ପ୍ରତିବାଦରେ ବିଶ୍ୱରଞ୍ଜନ ସ୍ୱାଇଁ , ସୁରେଶ ସ୍ୱାଇଁ, ମାନସ ସ୍ୱାଇଁ, ଦୀଲିପ ପ୍ରଧାନ, ଗୋବିନ୍ଦ ଚନ୍ଦ୍ର ମଲିକ, ଦୀପକ କୁମାର ସେଠୀ, ବୈଷ୍ଠବ ପ୍ରଧାନ ପ୍ରମୁଖ ଚାଷୀ ମାନେ ଜଣାଇଛନ୍ତି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୨/୬/୨୦୨୧=----୬,୪୫ , Sakhigopal News, 12/6/2021

Blog Archive

Popular Posts